Latest Odisha News

BREAKING NEWS

୧୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ଟି୨୦ ସିରିଜରେ ହରାଇଲା ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା କ୍ରିକେଟ ଟିମ ୨-୧ରେ ଟି୨୦ ସିରିଜ ହାତେଇବା ପରେ ସଫଳ ହୋଇଛି । ଏଥିସହ ଭାରତୀୟ ଟିମ ଦୀର୍ଘ ୧୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି । ୨୦୧୬ରେ ଶେଷ ଥର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସିରିଜ ବିଜୟୀ ହୋଇଥିଲା । ତୃତୀୟ ଟି୨୦ରେ ସ୍ମୃତି ମାନ୍ଧନା ଓ ଶ୍ରେୟାଙ୍କା ପାଟିଲଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୧୭ ରନରେ ବିଜୟ ହାସଲ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୭୬ ରନ କରିଥିଲା । ସ୍ମୃତି ୫୫ ବଲରୁ ୮୨ ରନ କରିଥିବା ବେଳେ ଜେମିମା ରୋଡ୍ରିଗ୍ୟୁଜ ୫୯ ରନର ଇନିଂସ ଖେଳିଥିଲେ ।

ଜବାବରେ ଅଷ୍ଟ୍ରେଲିଆ ୯ ୱିକେଟ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା । ଆସଲେ ଗାର୍ଡେନର ସର୍ବାଧିକ ୫୭ ରନ କରିଥିଲେ । ଭାରତ ପକ୍ଷରୁ ଶ୍ରେୟାଙ୍କା ଏବଂ ଶ୍ରୀ ଚରଣୀ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଅରୁନ୍ଧତି ରେଡ୍ଡୀ ୨ଟି ୱିକେଟ ହାସଲ କରିଥିଲେ । ଏହି ମଲ୍ଟି ଫର୍ମାଟ ସିରିଜରେ ଭାରତ ୪-୨ର ଅଗ୍ରଣୀ ହାସଲ କରିଛି । ଏହା ପରେ ଦୁଇ ଦେଶ ମଧ୍ୟରେ ଦିନିକିଆ ସିରିଜ ଏବଂ ଗୋଟିଏ ଟେଷ୍ଟ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.