Latest Odisha News

BREAKING NEWS

ମହିଳା କ୍ରିକେଟ: ଟିମ ଇଣ୍ଡିଆର ସର୍ବୋଚ୍ଚ ସ୍କୋର

ଭଦୋଦରା: ଭାରତୀୟ ମହିଳା କ୍ରିକେଟ ଟିମ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୧୫ ରନରେ ପରାସ୍ତ କରିଛି । କୋଟାମ୍ବୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୩୫୮ ରନ ସଂଗ୍ରହ କରିଥିଲା । ଏହା ଟିମ ଇଣ୍ଡିଆର ସର୍ବୋଚ୍ଚ ସ୍କୋର । ଦଳ ଏହା ପୂର୍ବରୁ ୨୦୧୭ରେ ଆୟର୍ଲାଣ ବିପକ୍ଷରେ ୩୫୮ ରନ କରିଥିଲା । ହରଲୀନ ଦେଓଲ ଶତକ(୧୧୫) ହାସଲ କରିଥିବା ବେଳେ ଜେମିମା ରୋଡ୍ରିଗ୍ୟୁଜ(୫୨), ସ୍ମୃତି ମାନ୍ଧାନା(୫୩) ଓ ପ୍ରତିକା ରାୱଲ(୭୬) ଅର୍ଦ୍ଧଶତକ ମାରିଥିଲେ । ଜବାବରେ ୱେଷ୍ଟଇଣ୍ଡିଜ ୪୬.୨ ଓଭରରେ ୨୪୩ ରନ କରି ଅଲଆଉଟ ହୋଇ ଯାଇଥିଲା ।

ହ୍ୟାଲୀ ମାଥ୍ୟୁଜ ୧୦୬ ରନର ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରି ନ ଥିଲେ । ଭାରତ ପକ୍ଷରୁ ପ୍ରିୟା ମିଶ୍ର ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ମାନ୍ଧନା ଆନ୍ତର୍ଜାତୀୟ କ୍ରିକେଟରେ କ୍ରମାଗତ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ହରଲୀନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.