Latest Odisha News

ଏସିଆନ ଟେବୁଲ ଟେନିସ ଚାମ୍ପିୟନଶିପ: ଭାରତକୁ ଐତିହାସିକ ବ୍ରୋଞ୍ଜ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ କାଜାକସ୍ତାନରେ ଅନୁଷ୍ଠିତ ଏସିଆନ ଟେବୁଲ ଟେନିସ ଚାମ୍ପିୟନଶିପରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଛି । ୧୯୭୨ରୁ ଏସିଆନ ଟେବୁଲ ଟେନିସ ସଂଘ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଏହି ଚାମ୍ପିୟନଶିପରେ ଏହା ପୂର୍ବରୁ ଭାରତୀୟ ମହିଳା ଟିମ ପଦକ ହାସଲ କରିପାରି ନ ଥିଲା । ଭାରତ ସେମିଫାଇନାଲରେ ଜାପାନଠାରୁ ୧-୩ରେ ପରାଜିତ ହୋଇଥିଲା । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଦକ୍ଷିଣ କୋରିଆକୁ ୩-୨ରେ ପରାଜିତ କରି ଏହି ସଫଳତା ହାସଲ କରିଛି । ଏହି ବିଜୟରେ ଅୟହିକା ମୂର୍ଖାଜୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୟୁବନିକଙ୍କୁ ୧୧-୯, ୭-୧୧, ୧୨-୧୦, ୭-୧୧, ୧୧-୭ ପଂଏଟରେ ପରାସ୍ତ କରିଥିଲେ ।

ସିନିୟର ଖେଳାଳି ମନିକା ବାତ୍ରା ୧୨-୧୪ , ୧୩-୧୧, ୧୧-୫, ୫-୧୧, ୧୨-୧୦ରେ ହରାଇ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ । ଏହା ପରେ କୋରିଆ ଟିମ ୨ଟି ମୁକାବିଲା ଜିତି ମ୍ୟାଚକୁ ସମାନ ସ୍ଥିତିକୁ ଆଣି ଦେଇଥିଲେ । ନିର୍ଣ୍ଣାୟକ ମୁକାବିଲାରେ ଅୟହିକା ବିଜୟ ହାସଲ କରି ଭାରତକୁ ପଦକ ଜିତାଇଥିଲେ । ଅପରପକ୍ଷରେ ଭାରତର ପୁରୁଷ ଟିମ କ୍ୱାର୍ଟର ଫାଇନାଲରେ କାଜକସ୍ତାନକୁ ୩-୧ରେ ହରାଇ ପଦକ ନିଶ୍ଚିତ କରିଛି । ଏସିଆନ ଟିଟି ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଟିମର ଏହା କ୍ରମାଗତ ତୃତୀୟ ପଦକ ।

Leave A Reply

Your email address will not be published.