Latest Odisha News

BREAKING NEWS

କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ

ଭଦୋଦରା: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ କେଏଲ ରାହୁଲଙ୍କ ଆକର୍ଷଣୀୟ ପ୍ରଦର୍ଶନ ସହାୟତାରେ ଭାରତ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯ ଓଭରରେ ୬ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ବିରାଟ କୋହଲି ୯୩ ରନର ଇନିଂସ ଖେଳି ଶତକ ହାସଲରୁ ବଂଚିତ ହୋଇଥିଲେ ମଧ୍ୟ ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅଧିନାୟକ ଶୁଭମନ ଗିଲ ୫୬ ଓ ଶ୍ରେୟାଶ ଆୟାର ୪୯ ରନ କରିଥିଲେ । ଶେଷ ଭାଗରେ କେଏଲ ରାହୁଲ ଚମତ୍କାର ବ୍ୟାଟିଂ କରି ଭାରକୁ ବିଜୟୀ କରାଇଥିଲେ । କାୟଲ ଜେମିସନ ଭ୍ରମଣକାରୀ ଦଳ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ନେଇଥିଲେ ।

ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୂଖରେ ୩୦୧ ରନର ବିଜୟ ଲକ୍ଷ୍ୟ ରଖଥିଲା । ଡାରେଲ ମିଚେଲ ଦଳ ପକ୍ଷରୁ ସର୍ବାଧିକ ୮୪ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଭନ କନୱେ ୫୬ ଓ ହେନରୀ ନିକୋଲସ ୬୨ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବେ ମହମ୍ମଦ ସିରାଜ, ହର୍ଷିତ ରାଣା ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ୱିକେଟ ନେଇଥିଲେ । କୂଲଦୀପ ଯାଦବ ଗୋଟିଏ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.