Latest Odisha News

ଗିଲଙ୍କ ଶତକ: ୬ ୱିକେଟରେ ଭାରତ ବିଜୟୀ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମ୍ୟାଚରେ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୨୮ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଟୋହିଦ ହ୍ରିଦୟ(୧୦୦)ଙ୍କ ଶତକ ଓ ଜାକେର ଅଲୀଙ୍କ ୬୮ ରନ ଯୋଗୁ ବାଂଲାଦେଶ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା । ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ମହମ୍ମଦ ସାମୀ ୫ଟି ୱିକେଟ ନେଇଥିଲେ । ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ ।

୨୨୯ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୬.୩ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । ଶୁଭମନ ଗିଲ ୧୦୧ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୪୧, ବିରାଟ କୋହଲି ୨୨, ଶ୍ରେୟାଶ ଆୟାର ୧୫ ଓ ଅକ୍ଷର ୮ ରନ କରିଥିଲେ । କେଏଲ ରାହୁଲ ୪୧ ରନ କରି ଅପରାଜିତ ରହିଥିଲେ । ସେ ଶେଷ ଭାଗରେ ଦ୍ରୁତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହେମାନ ଓ ରିଶଦ ହୋସେନ ୨ଟି ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଗିଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଫେବୃୟାରୀ ୨୩ରେ ଭାରତ ୍‌ତାର ପରବର୍ତୀ ମ୍ୟାଚରେ ପାକିସ୍ତାନକୁ ଭେଟିବ ।

Comments are closed.