ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲାରେ ରୋହିତ ଶର୍ମର୍ାଙ୍କ ଶତକ ଓ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୯ ୱିକେଟରେ ସହଜ ବିଜୟ ହାସଲ କରିଛି । ଦୁଇ ସିନିୟର ବ୍ୟାଟ୍ସମ୍ୟାନ ପୂନର୍ବାର ଟିମ ଇଣ୍ଡିଆ ପାଇଁ କେତେ ଜରୁରୀ ତାହା ପ୍ରମାଣିତ କରିଛନ୍ତି । ଦୁଇ ବ୍ୟାଟ୍ସମ୍ୟାନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ୨-୧ରେ ଜିିିତ ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୩୬ ରନ କରି ଅଲଆଉଟ ହୋଇ ଯାଇଥିଲା । ହର୍ଷିତ ରାଣା ସର୍ବାଧିକ ୪ଟି ୱିକେଟ ନେଇଥିଲେ ।
ଜବାବରେ ଭାରତ ୨୩୭ ରନର ବିଜୟ ଲକ୍ଷ୍ୟକୁ ୩୮.୩ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲା । ଶୁଭମନ ଗିଲ ୨୪ ରନ କରି ଆଉଟ ହୋଇଥିବା ବେଳେ ରୋହିତ ୧୨୧ ଓ କୋହଲି ୭୪ ରନ କରି ଅପରାଜିତ ରହିଥିଲେ । ରୋହିତଙ୍କ କ୍ୟାରିୟରର ଏହା ୫୦ତମ ଆନ୍ତର୍ଜାତୀୟ ଶତକ । ଜୋଶ ହାଜେଲଉଡ ଏକମାତ୍ର ୱିକେଟଟି ଅକ୍ତିଆର କରିଥିଲେ । ପ୍ରଥମ ମ୍ୟାଚରେ ରୋହିତ ୮ରନ କରି ଆଉଟ ହେବା ପରେ କଡା ସମାଲୋଚିତ ହୋଇଥିଲେ । ପରବର୍ତୀ ମ୍ୟାଚରେ ଅର୍ଦ୍ଧଶତକ ଏବଂ ତୃତୀୟ ମୁକାବିଲାରେ ଶତକ ହାସଲ କରି ହିଟମ୍ୟାନ ସମାଲୋଚକଙ୍କ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରୋହିତ ଅବସର ନେବେ ବୋଲି ମଧ୍ୟ ଆଲୋଚନା ହୋଇଥିଲା । ରୋହିତଙ୍କ ଫର୍ମ ଏବଂ ଫିଟନେସକୁ ଦେଖିଲେ ସେ ଅବସର ନେବା ଭଳି ଲାଗୁ ନାହିଁ । ରୋହିତ ୧୨୫ ବଲରେ ୧୩ ଚୌକା ଓ ୩ ଛକା ସହାୟତାରେ ୧୨୧ ରନ କରି ଅପରାଜିତ ରହିଥିଲେ । କ୍ରମାଗତ ୨ଟି ଡକ ପରେ କୋହଲି ଆକର୍ଷଣୀୟ ଇନିଂସ ଖେଳି ପୂନର୍ବାର ନିଜକୁ ଚେଜ କିଙ୍ଗ ବୋଲି ପ୍ରମାଣିତ କରିଛନ୍ତି । ଭାରତ ପକ୍ଷରୁ ସବୁଠାରୁ ଅଧିକ ବୟସରେ ଶତକ ହାସଲ କରିବାରେ ରୋହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସଚିନ ତେନ୍ଦୁଲକର ୩୮ ବଷୟ ୩୨୭ ଦିନ ଓ ରୋହିତ ୩୮ ବଷୟ ୧୭୮ ଦିନରେ ଶତକ ହାସଲ କରିଛନ୍ତି ।
Comments are closed.