Latest Odisha News

ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ନାମ୍ବିଆକୁ ସହଜରେ ହରାଇଲା ଭାରତ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ନାମ୍ବିଆ ବିପକ୍ଷ ମୁକାବିଲାକୁ ଭାରତ ୯୩ ରନରେ ଜିତିନେଇଛି । ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୧୦ ରନର ବିଜୟ ଲକ୍ଷ୍ୟ ନାମ୍ବିଆ ସମ୍ମୁଖରେ ରଖିଥିଲା । ଜବାବରେ ନାମ୍ବିଆ ୧୮.୨ ଓଭରରେ ୧୧୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଲୌରେନ ଷ୍ଟିନକ୍ୟାମ୍ପ ୨୯ ଓ ଜ୍ୟାନ ଫ୍ରାଲିଙ୍ଗ ୨୨ ରନ କରିଥିଲେ । ନାମ୍ବିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ବରୁଣ ଚକ୍ରବର୍ତି ୩ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ପୂର୍ବରୁ ଟସ ଜିତି ନାମ୍ବିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲ । ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ ସଂଗ୍ରହ କରିଥିଲା । ଈଶାନ ୨୪ ବଲରେ ୬୧ ରନ କରିଥିଲେ । ଏଥିରେ ୬ ଚୌକା ଓ ୫ଛକା ରହିଥିଲା । ହାର୍ଦ୍ଦିକ ୨୮ ବଲରେ ୫୨ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୨୨, ତିଳକ ବର୍ମା ୨୫, ସୂର୍ଯ୍ୟକୁମାର ଯାଦବ ୧୨ ଓ ଶିବମ ଦୁବେ ୨୩ ରନ କରିଥିଲେ । ଶେଷ ଭାଗରେ ଦ୍ରୁତ ରନ ସଂଗ୍ରହ କରିବା ଲକ୍ଷ୍ୟରେ ଭାରତ ୫ଟି ୱିକେଟ ୪ ରନ ମଧ୍ୟରେ ହରାଇ ଦେଇଥିଲା । ଗେରହାଡ ଇରାସମୁସ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.