Latest Odisha News

BREAKING NEWS

ଭାରତୀୟ ବାୟୁ ସେନା ଦିବସ: ବ୍ରିଟିଶ ସମୟରେ ଭାରତରେ କେତେ ଥିଲେ ସୈନିକ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁ ସେନା ଦିବସ l ପ୍ରତିବର୍ଷ ଅକ୍ଟୋବର 8 ରେ ପାଳନ ହୁଏ ଏହି ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ବାୟୁ ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଚଳିତ ବର୍ଷ ଭାରତ ଏହାର 92 ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି । ଏୟାର ମାର୍ଶଲ ସୁବ୍ରୋତୋ ମୁଖାର୍ଜୀ ଭାରତୀୟ ବାୟୁସେନାର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ। ସ୍ୱାଧୀନତା ପରେ, 1 ଏପ୍ରିଲ 1954 ରେ, ସୁବ୍ରୋତୋ ମୁଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ବାୟୁସେନାର ପ୍ରଥମ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା ।

1932 ମସିହାରେ ପ୍ରତିଷ୍ଠିତ ହୋଇଥିବା ଭାରତୀୟ ବାୟୁସେନା ଆମ ଦେଶକୁ ସର୍ବଦା ଗର୍ବିତ କରିଆସିଛି। ଏପ୍ରିଲ 7, 1947 ରେ ବିଭାଜନ ପରିଷଦ ସଦସ୍ୟ ଲିୟାକତ ଅଲି ମାଉଣ୍ଟବ୍ୟାଟେନଙ୍କୁ ଏକ ଚିଠି ଲେଖି ସେନାର ବିଭାଜନ ବିଷୟରେ କହିଥିଲେ। ଜିନ୍ନାଙ୍କ ଦାବି ଅନୁଯାୟୀ, ଜୁଲାଇ 4 ରେ ମାଉଣ୍ଟବ୍ୟାଟେନ୍ ସେନା ହସ୍ତାନ୍ତର ପାଇଁ ସମସ୍ତ ନେତା ରାଜି ହୋଇଥିବା ନେଇ ସୂଚନା ଦେଇଥିଲେ l ଯେତେବେଳେ ଭାରତ ପାକିସ୍ତାନ ବିଭାଜନ କଥା ଉଠିଲା ସେତେବେଳେ ବ୍ରିଟିଶ ଭାରତୀୟ ସେନାରେ 4 ଲକ୍ଷରୁ ଅଧିକ ସୈନିକ ଥିଲେ। ସେଥିମଧ୍ୟରୁ 3 ଲକ୍ଷ 91 ହଜାର ସ୍ଥଳସେନା କର୍ମଚାରୀ ଥିବା ବେଳେ 13 ହଜାର ବାୟୁସେନା କର୍ମଚାରୀ ଏବଂ 8,700 ଜଣ ନୌସେନା କର୍ମଚାରୀ ଥିଲେ।

ବିଭାଜନ ପରେ 2 ଲକ୍ଷ 60 ହଜାର ସ୍ଥଳସେନା ସୈନିକ ଭାରତରେ ଏବଂ 1 ଲକ୍ଷ 31 ହଜାର ସ୍ଥଳସେନା ସୈନିକ ପାକିସ୍ତାନ ଯାଇଥିଲେ। ସେହିପରି 10 ହଜାର ବାୟୁସେନା କର୍ମଚାରୀ ଭାରତରେ ରହିଥିବା ବେଳେ ତିନି ହଜାର ସେନା ପାକିସ୍ତାନ ଯାଇଥିଲେ । ଅନ୍ୟପଟେ 5,700 ଜଣ ନୌସେନା ସୈନିକ ଭାରତରେ ଥିବା ବେଳେ ତିନି ହଜାର ନୌସେନା ସୈନିକ ପାକିସ୍ତାନ ଯାଇଥିଲେ। ତେବେ କେବଳ ସୈନିକ ନୁହେଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମସ୍ତ ଅସ୍ତ୍ରଶସ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ସେହି ସମୟରେ ସେନାର ମୋଟ 1 ଲକ୍ଷ 65 ହଜାର ଟନ୍ ଓଜନ ବିଶିଷ୍ଟ ସାମରିକ ଉପକରଣ ଥିଲା। ଏଥିମଧ୍ୟରୁ ଭାରତକୁ 4 ଟି ଡଙ୍ଗା, 12 ଟି ମାଇନସିପରସ ଏବଂ 1 ଟି ଯୁଦ୍ଧପୋତ ମିଳିଥିବା ବେଳେ ପାକିସ୍ତାନକୁ 2ଟି ଛୋଟ ଜାହାଜ ଏବଂ 4ଟି ମାଇନସିପରସ ମିଳିଥିଲା ​​l

ଅନ୍ୟପଟେ ଭାରତ ସ୍ୱାଧୀନତା ବେଳେ ଭାରତୀୟ ବାୟୁସେନାରେ 900ଟି ବିମାନ ଥିଲା। ଏଥିରେ କିଛି ଯୁଦ୍ଧ ବିମାନ ଥିବା ବେଳେ କିଛି ବୋମା ବିସ୍ଫୋରଣକାରୀ ବିମାନ ଥିଲା l ତେବେ ପାକିସ୍ତାନ ସହିତ ଏଗୁଡିକ କିପରି ବଣ୍ଟନ କରାଯାଇଥିଲା ସେନେଇ କୌଣସି ସଠିକ ସୂଚନା ଏଯାବତ ମିଳିପାରିନାହିଁ l ତେବେ କିଛି ରିପୋର୍ଟ ଅନୁସାରେ ବାୟୁସେନାର ଏହି ଜାହାଜଗୁଡିକ 60-40 ଅନୁପାତରେ ବିଭାଜନ କରାଯାଇଥିଲା l ଅର୍ଥାତ 60 ପ୍ରତିଶତ ବିମାନ ଭାରତକୁ ଏବଂ 40 ପ୍ରତିଶତ ବିମାନ ପାକିସ୍ତାନକୁ ଦିଆଯାଇଥିଲା। ଏହି ବିଭାଜନ ଉଭୟ ଦେଶର କ୍ଷେତ୍ର ଏବଂ ଜନସଂଖ୍ୟା ଉପରେ ଆଧାରିତ ଥିଲା।

Leave A Reply

Your email address will not be published.