Latest Odisha News

ଗବେଷଣାରେ ଖୁଲାସା: ବେଶୀ ଲୁଣ ଖାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟମାନେ ଅନ୍ୟ ଦେଶ ତୁଳନାରେ ବେଶୀ ଲୁଣ ଖାଇଥାନ୍ତି ବୋଲି ଏକ ଷ୍ଟଡିରେ ଜଣାପଡିଛି । ନେଚର ପୋର୍ଟଫୋଲିଓରେ ପ୍ରକାଶିତ ଷ୍ଟଡିରେ ଏହି ତଥ୍ୟ ପ୍ରକାଶ ପାଇଛି । ସାଧାରଣତଃ ଜଣେ ବ୍ୟକ୍ତିକୁ ଦିନକୁ ୫ ଗ୍ରାମ ଲୁଣ ଖାଇବା କଥା । ମାତ୍ର ଅଧିକାଂଶ ଭାରତୀୟ ପ୍ରତ୍ୟେକ ଦିନ ୮ଗ୍ରାମ ଲୁଣ ଖାଉଥିବା ଉକ୍ତ ଷ୍ଟଡିରେ ପ୍ରକାଶ ପାଇଛି । ୩୦୦୦ ବୟସ୍କଙ୍କ ଶରୀରରୁ ସୋଡିୟମ ପରୀକ୍ଷଣ କରାଯିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ପୁୁରୁଷମାନେ ମହିଳାଙ୍କ ତୁଳନାରେ ଅଧିକ ଲୁଣ ଖାଉଛନ୍ତି । ସେହିପରି ଚାକିରୀ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ବେକାରୀ ଯୁବକମାନେ କମ ଲୁଣ ଖାଇଥାନ୍ତି ।

ଏଥିପାଇଁ ଉଚ୍ଚ ରକ୍ତ ଚାପ ଜନିତ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିନକୁ ୧.୨ ଗ୍ରାମ କମ ଲୁଣ ଖାଇଲେ ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ଏହି ଷ୍ଟଡିର ନିର୍ଦ୍ଦେଶକ ପ୍ରଶାନ୍ତ ମାଥୁର କହିଛନ୍ତି । ଅନ୍ୟ ଦେଶରେ ଏଥିପ୍ରତି ଲୋକମାନେ ସଚେତନ ହେଲେଣି ।

Leave A Reply

Your email address will not be published.