Latest Odisha News

BREAKING NEWS

ଲଦାଖରେ ସେନାଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ, -୪୦ ଡିଗ୍ରୀ ତାପମାତ୍ରାରେ ରହିପାରିବେ

ଲଦାଖ: ଚୀନର ଚାଲାକିକୁ ଭାରତ ଜମାରୁ ବିଶ୍ୱାସ କରିବା ଲକ୍ଷ୍ୟରେ ନାହିଁ । ଏଥିପାଇଁ ସୀମାରୁ ସେନା ହଟାଇବା ଭୁଲ କରିବାକୁ ଚାହୁଁ ନାହିଁ । ତେବେ ମାଇନସ ୩୦ରୁ ୪୦ ଡିଗ୍ରୀ ତାପମାତ୍ରାରେ ସୈନିକମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଅତ୍ୟାଧୁନିକ କୋଠରୀ ନିର୍ମାଣ କରାଯାଇଛି । ଏଥିସହ ପରୋକ୍ଷରେ ଭାରତ ଚୀନ ବିପକ୍ଷରେ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ଅଛି ବୋଲି ସୂଚନା ଦେଇସାରିଛି । ପୂର୍ବ ଲଦାଖରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ସେନା ପକ୍ଷରୁ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ ବିଲଡିଂର ନିର୍ମାଣ କାମ ଶେଷ ହୋଇଛି । କିନ୍ତୁ ଚଳିତ ବର୍ଷ ଭାରତୀୟ ସେନା ନିର୍ମାଣ କରିଥିବା ଅତ୍ୟାଧୁନିକ କୋଠରୀ ଯବାନଙ୍କୁ ମାଇନ୍ସ ୪୦ ଡିଗ୍ରୀ ତାପମାତ୍ରାରୁ ସୁରକ୍ଷା ଦେବ ।  ଏହି କଠୋରୀରେ ଉପଯୁକ୍ତ ଉତ୍ତାପ, ପାଣି, ବିଜୁଳି ଓ ସମସ୍ତ ପ୍ରକାରର ଖାଦ୍ୟପେୟ ପାଇଁ ବ୍ୟବସ୍ଥା ରହିଛି ।

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଲଦାଖ ସେକ୍ଟରରେ ମୁତୟନ ସମସ୍ତ ଯବାନଙ୍କ ପାଇଁ ଭାରତୀୟ ସେନା ନୂଆ କଠୋରୀ ନିର୍ମାଣ କରିଛି । ଏଥିସହ ଟେଣ୍ଟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହି ବିଲଡିଂରେ ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି । କେବଳ ଯବାନମାନଙ୍କ ପାଇଁ ନୁହେଁ, ତୁଷାରପାତ ଓ ଥଣ୍ଡା ପବନରୁ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟେଣ୍ଟ ତିଆରି କରାଯାଇଛି । ସେହିପରି ଜରୁରୀ କାଳୀନ ସ୍ଥିତି ସମୟରେ ଯବାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି । ବର୍ତ୍ତମାନ ଏଲଏସିରେ ଚାଇନା ସହ ତିକ୍ତତା ଚାଲିଛି । ଏଭଳି ସ୍ଥିତିରେ ନୂଆ ବିଲଡିଂ ନିର୍ମାଣ କରାଯାଇଥିବାରୁ ସେଠାରେ ଅଧିକ ସଂଖ୍ୟକ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇ ପାରେ ।

Comments are closed.