Latest Odisha News

BREAKING NEWS

ଏଲଏସିର ୬ ଅଞ୍ଚଳ ଉପରେ ଭାରତୀୟ ସେନାର କବଜା

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଜାରି ରହିଥିବା ବେଳେ ଭାରତୀୟ ଯବାନ ପୂର୍ବ ଲଦାଖରେ ଥିବା ୬ଟି ଅଞ୍ଚଳକୁ କବ୍ଚା କରିଛନ୍ତି । ଏହି ଶିଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଅଧିନରେ ଆସୁଛି ।

ପ୍ରାପ୍ତ ସୂଚନାନୁଯାୟୀ, ଅଗଷ୍ଟ ୨୯ରୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ଭାରତୀୟ ଯବାନ ମାନେ ଏହି ସବୁ ଅଞ୍ଚଳକୁ କବଜା କରିଥିବା ଜଣାପଡିଛି । ଉକ୍ତ ଅଞ୍ଚ ମଧ୍ୟରେ ରହିଛି ମଗର ହିଲ୍‌, ଗୁରୁଙ୍ଗ ହିଲ୍‌, ରିଚେନ୍ ଲା, ରେଜାଙ୍ଗ ଲା, ମୋଖପାରି ଏବଂ ଫିଙ୍ଗର-୪ ଆଦି ।

ଯାହା ପରେ ଚୀନ୍ ମଧ୍ୟ ସୀମାରେ ଅଧିକ ସଂଖ୍ୟାରେ ସେନା ମୁତୟନ କରିଛି ।

ତେବେ ଚୀନର ଗତିବିଧି ଉପରେ ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ (ସିଡିଏସ୍‌) ବିପିନ୍ ରାୱତ ଓ ସେନା ଅଧ୍ୟକ୍ଷ ଏମ୍‌. ଏମ୍‌. ନରୱଣେ ପ୍ରମୁଖ ନଜର ରଖିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.