ନୂଆଦିଲ୍ଲୀ:ଭାରତୀୟ ଯବାନଙ୍କୁ ସବୁ ଦୃଷ୍ଟି କୋଣରୁ କାହିଁକି ଶ୍ରେଷ୍ଠ କୁହାଯାଏ ତାହା ପୁନର୍ବାର ପ୍ରମାଣିତ ହୋଇଛି । ବାରମ୍ବାର ସୀମାରେ ହଇରାଣ କରୁଥିବା ଚୀନର ୩ ନାଗରିକ ଭୁଲ ବଶତଃ ସିକ୍କିମ ନିକଟରେ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିଥିଲେ । ସୀମାରେ ସଜାଗ ଥିବା ସେନା ଏହି ୩ଜଣଙ୍କୁ ଅଟକାଇଥିଲେ । ଏମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ ।
ପଚରାଉଚରା କରିବା ପରେ ଜଣା ପଡିଥିଲା ସେମାନେ ପଠାର ଅଂଚଳର ୧୭,୫୦୦ ଫୁଟ ଉଚ୍ଚକୁ ପଳାଇ ଆସିଥିଲେ । ସେଠାରୁ ଫେରିବାକୁ ବାଟ ପାଇ ନ ଥିଲେ । ଯବାନମାନେ ଠିକ୍ ସମୟରେ ସେମାନଙ୍କୁ ଉଦ୍ଧାର କରି ଅକ୍ସିଜେନର ବ୍ୟବସ୍ଥା କରିଥିଲେ । ଏହା ବ୍ୟତୀତ ଗରମ ପୋଷାକ ଓ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲେ ।
Comments are closed.