Latest Odisha News

BREAKING NEWS

ଭାରତରେ ଶିଖ ସୈନିକଙ୍କ ପାଇଁ ନୂତନ ହେଲମେଟ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଶିଖ ସୈନିକଙ୍କ ନିମନ୍ତେ ନୂତନ ଶୈଳୀରେ କମ୍ବାଟ ହେଲେମେଟ ପ୍ରସ୍ତୁତ କରାଯାଇଛି । ପଗଡି ଥିବା ସତ୍ୱେ ଏହାକୁ ଆରାମରେ ପିନ୍ଧୀ ହେବ । କାନପୁର ସ୍ଥିତ ଗ୍ଲୋବାଲ ଡିଫେନ୍ସ ଆଣ୍ଡ ହୋମଲ୍ୟାଣ୍ଡ ସିକ୍ୟୁରିଟି କମ୍ପାନୀ ଏମକେୟୁ ଏହି ଡିଜାଇନ ପ୍ରସ୍ତୁତ କରିଛି । ଏହି ହେଲମେଟର ମଡେଲ ହେଲା କାବରୋ ଏସସିଏଚ ୧୧୧ ଟି । ଏଥିରେ ମଡ୍ୟୁଲାର ଏକ୍ସେସରୀ କନେକ୍ଟର ସିଷ୍ଟମ ମଧ୍ୟ ରହିଛି ।

ଶିଖ ସୈନିକଙ୍କ ପାଇଁ ପଗଡିର ମହତ୍ୱ ଅଧିକ । ସେମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଏହି ହେଲେମେଟ ପ୍ରସ୍ତୁତ କରାଯାଇଛି ବୋଲି ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ସୂଚନଯୋଗ୍ୟ, ଏମକେୟୁ କମ୍ପାନୀ ୧୦୦ରୁ ଅଧିକ ଦେଶ ପାଇଁ ସୁରକ୍ଷା ଉପକରଣ ପ୍ରସ୍ତୁତ କରୁଛି ।

Comments are closed, but trackbacks and pingbacks are open.