ନୂଆଦିଲ୍ଲୀ: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଏହାର ନୀତିରେ ପରିବର୍ତ୍ତନ କରିଛି। ନୂଆ ପରିବର୍ତ୍ତନ ଅନୁଯାୟୀ, ଯବାନ ଏବଂ ଅଧିକାରୀମାନେ କେବଳ ରିଲ୍ସ୍ ଦେଖିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ।
ଏହି ସମୟ ମଧ୍ୟରେ ସେମାନେ କୌଣସି ପୋଷ୍ଟକୁ ଲାଇକ୍ କିମ୍ବା କମେଣ୍ଟ କରିପାରିବେ ନାହିଁ। ଅପରପକ୍ଷରେ ସେନା ପାଇଁ ଡିଜିଟାଲ୍ କାର୍ଯ୍ୟକଳାପ ସମ୍ପର୍କୀତ ସମସ୍ତ ବିଦ୍ୟମାନ ନିୟମ ସମାନ ରହିବ।
ସୂତ୍ର ଅନୁଯାୟୀ, ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ନୂତନ ନୀତି ସମସ୍ତ ସେନା ୟୁନିଟ୍ ଏବଂ ବିଭାଗକୁ ଜାରି କରାଯାଇଛି। ତେବେ ଏହାର ଉଦ୍ଦେଶ୍ୟ ହେଉଛି ଯେ ସୈନିକମାନଙ୍କୁ ସୋସିଆଲ ମିଡିଆ କଣ୍ଟେଣ୍ଟ ଦେଖିବା, ସୂଚନା ସଂଗ୍ରହ କରିବା ପାଇଁ ସୀମିତ ଅନୁମତି ପ୍ରଦାନ। ଯାହା ଦ୍ୱାରା ସେମାନେ ନକଲି ଏବଂ ଭ୍ରମାତ୍ମକ ବିଷୟବସ୍ତୁ ଚିହ୍ନଟ କରିପାରିବେ ଏବଂ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିପାରିବେ।
Comments are closed.