Latest Odisha News

୪ ବର୍ଷ ପାଇଁ ବାସନ୍ଦ ହେଲେ ଭାରତର ଆଥଲେଟ ଅର୍ଚ୍ଚନା

ନୂଆଦିଲ୍ଲୀ: ଭାରତର ଲଙ୍ଗ ଡିଷ୍ଟାନ୍ସ ରନର ଅର୍ଚ୍ଚନା ଯାଦବଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଜାନୁୟାରୀ କରାଯାଇଥିବା ଡୋପ ଟେଷ୍ଟରେ ଅର୍ଚ୍ଚନା ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ଜଣାପଡିଛି । ୱାଲ୍ଡ ଆଥଲେଟିକ୍ସର ଆଥଲେଟିକ୍ସ ଇଂଟିଗ୍ରେଟି ୟୁନିଟ ଅନୁସାରେ ଅର୍ଚ୍ଚନାଙ୍କ ଶରୀରରୁ ଅକ୍ସିଡ୍ରେଲୋନର ମାତ୍ରା ମିଳିଛି । ଏହି ସିନ୍ଥେଟିକ ଆନାବଲିକ ଷ୍ଟେରୟଡ ଶରୀରରେ ପ୍ରୋଟିନ ଓ ମସଲ୍ସର ବୃଦ୍ଧି କରିଥାଏ । ପୁଣେରେ ଖେଳା ଯାଇଥିବା ହାଫ ମାରାଥନ ଅବସରରେ ତାଙ୍କଠାରୁ ଡୋପ ନମୂନା ସଂଗ୍ରହ କରାଯାଇଥିଲା । ଏହି ବାସନ୍ଦ ଦଣ୍ଡାଦେଶ ବିରୋଧରେ ଏ ପର୍ଯ୍ୟନ୍ତ ସେ କୌଣସି ଆପତି କରି ନାହାନ୍ତି । ଜାନୁୟାରୁ ୭ରୁ ଏହି ଦଣ୍ଡାଦେଶ ଲାଗୁ କରାଯିବ ।

ସେ ୨୦୨୯ ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ । ଏଥିଯୋଗୁ ତାଙ୍କର ଆଥଲେଟିକ୍ସ କ୍ୟାରିୟରର ପ୍ରାୟତଃ ଅନ୍ତ ଘଟିବ ବୋଲି ସମୀକକ୍ଷମାନେ ଆଶଙ୍କା କରିଛନ୍ତି । ତାଙ୍କଠାରୁ ସମସ୍ତ ପୁରସ୍କାର, ପଦକ ଓ ପଂଏଟ ଛଡେଇ ନିଆଯିବ । ୨୦୨୪ ହାଫ ମାରାଥନରେ ସେ ୪ର୍ଥ ସ୍ଥାନରେ ରହିଥିଲେ ।

Comments are closed.