Latest Odisha News

ଅବ୍ୟବସ୍ଥା ନେଇ ଭାରତୀୟ ଆଥଲେଟ ଅସନ୍ତୁଷ୍ଟ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଭାରତୀୟ ଆଥଲେଟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ଆଥଲେଟଙ୍କୁ ୩୦ଟି ଆପାର୍ଟମେଂଟ ପ୍ରଦାନ କରାଯାଇଛି । ସାମ୍ନାରେ ସ୍ପେନ ଓ ଡାହଣ ପଟେ ଇଟାଲୀ ଆଥଲେଟଙ୍କ ରହିବା ବ୍ୟବସ୍ଥା କରାଯାଇଛି । ଭାରତୀୟ ଆଥଲେଟମାନେ ଖାଦ୍ୟ, ପାନୀୟ ବ୍ୟବସ୍ଥା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡାଇନିଂ ଅଂଚଳରେ ଗ୍ଲୋବାଲ କ୍ୱିଜୀନ, ହଲାଲ ଫୁଡ, ଏସୀୟ ମିଲ ଓ ଫ୍ରେଂଚ ଫୁଡର ୫ଟି ଭିନ୍ନ ଭିନ୍ନ ହଲ ରହିଛି । ବଡ ବଡ ଦେଶଗୁଡିକୁ ସେମାନଙ୍କ ମନ ପସନ୍ଦର ସ୍ଥାନ ଏବଂ ଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ଭାରତୀୟଙ୍କୁ ଅଣଦେଖା କରାଯାଇଛି ।

ଚୀନ ସବୁଠାରୁ ଶାନ୍ତ ସ୍ଥାନ ଚାହିଁଥିଲା ଏବଂ ଏହା ସେମାନଙ୍କୁ ପ୍ରଦାନ କରାଯାଇଛି । ସେହିପରି ବ୍ରିଟିଶ ଆଥଲେଟଙ୍କୁ ଆଇଲାଣ୍ଡରେ ଏବଂ ଆୟୋଜକ ଫ୍ରାନ୍ସ ପ୍ରଥମରୁ ମନ ପସନ୍ଦ ସ୍ଥାନ ବାଛି ନେଇଥିଲେ । ଇଂଲଣ୍ଡ ଆଥଲେଟ ଅଧିକ ଚାଲିବାକୁ ଚାହୁଁ ନ ଥିବାରୁ ସେମାନଙ୍କୁ ଡାଇନିଂ ହଲ ନିକଟରେ ରହିବା ବ୍ୟବସ୍ଥା କରାଯାଇଥିଲା । ଭାରତୀୟ ଦଳର ଲିଡର୍ସ ଶେଫ ଡି ମିଶନ ଓ ଡିପ୍ଟି ସିଡିଏମ ଶିବା କେଶବନ ମଧ୍ୟ ଏହା ସ୍ୱୀକାର କରିଛନ୍ତି ଯେ, ଭାରତୀୟଙ୍କ ମିଳିଥିବା ସୁବିଧା ସୁଯୋଗ ଅନ୍ୟମାନଙକ ପରି ହୋଇ ନାହିଁ ।

Comments are closed.