Latest Odisha News

BREAKING NEWS

ସର୍ବାଧିକ କାର୍ଟୁନ୍ ଚରିତ୍ର ଚିହ୍ନି ବିଶ୍ୱ ରେକର୍ଡ କଲେ ୫ ବର୍ଷୀୟ !

ଭୁବନେଶ୍ୱର: କାର୍ଟୁନ୍ କଥା ପଡିଲେ ମନେପଡିଯାଏ ଆମ ପିଲାଦିନ କଥା । ହେଲେ କିଛି ବଛାବଛା କାର୍ଟୁନ୍ ଚରିତ୍ର ଛଡା ଅଧିକାଂଶ ଚରିତ୍ରଙ୍କୁ ଆମ ମାନସପଟରେ ନଥାଏ । ହେଲେ ମାତ୍ର ଗୋଟିଏ ମିନିଟ୍‌ରେ ସର୍ବାଧିକ କାର୍ଟୁନ୍ କ୍ୟାରେକ୍ଟର ଚିହ୍ନି ଜଣେ ୫ ବର୍ଷୀୟ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଚେନ୍ନାଇର ୫ବର୍ଷୀୟ ଶିରୀଶ ନିର୍ଘବ ନିଜ ସ୍ମରଣ ଶକ୍ତି ଜରିଆରେ ମାତ୍ର ଗୋଟିଏ ମିନିଟ୍‌ରେ ୫୦ଟି କାର୍ଟୁନ୍ ଚରିତ୍ର ଚିହ୍ନି ବିଶ୍ୱ ରେକର୍ଡ କରିଛନ୍ତି । ତେବେ ଏହା ପୂର୍ବରୁ ସେ ମାତ୍ର ଗୋଟିଏ ମିନିଟ୍‌ରେ ୬୬ଟି କାର କମ୍ପାନୀର ଲୋଗୋ ଚିହ୍ନି ମଧ୍ୟ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । ଶିରୀଶଙ୍କ ଲଗାତାର ଦୁଇଦୁଇଟି ବିଶ୍ୱ ରେକର୍ଡ କାରନାମା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ତାଙ୍କୁ ବଧେଇ ଜଣାଇବା ପାଇଁ ଶୁଭେଛା ଓ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.