Latest Odisha News

BREAKING NEWS

ନରୱେର ଫୁଟବଲ ଖେଳାଳିଙ୍କୁ ଭେଟିଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ନରୱେର ଷ୍ଟାର ଫୁଟବଲ ଖେଳାଳି ଏର୍ଲିଙ୍ଗ ହଲାଣ୍ଡଙ୍କୁ ଭେଟିଛନ୍ତି । ମାଂଚେଷ୍ଟର ସିଟିର ଷ୍ଟ୍ରାଇକର ଗିଲଙ୍କୁ ନିଜ ସ୍ୱାକ୍ଷର ଥିବା ଏକ ଫୁଟବଲ ବୁଟ୍ସ ଏବଂ ଜର୍ସି ଉପହାର ବାବଦକୁ ଦେଇଥିଲେ । ଗିଲ ମଧ୍ୟ ତାଙ୍କୁ ଏକ ଜର୍ସି ପ୍ରଦାନ କରିଥିଲେ । ଏହା ପରେ ଉଭୟ ପରସ୍ପରର କାନ୍ଧରେ ହାତ ଥୋଇ ଫଟୋ ଉଠାଇଥିଲେ । ଏହି ଦୁଇ ଯୁବ ଖେଳାଳି ସେମାନଙ୍କ କ୍ରୀଡାରେ ଆକର୍ଷଣୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ୨୫ ବର୍ଷୀୟ ଏର୍ଲିଙ୍ଗ ନରୱେର ଲୋକପ୍ରିୟ ଖେଳାଳି ଭାବେ ପରିଗଣତି ହୁଅନ୍ତି ।

ମାଂଚେଷ୍ଟର ସିଟି ପକ୍ଷରୁ ଖେଳି ସେ ୧୭୦ ମ୍ୟାଚରେ ୧୪୯ ଗୋଲ ସ୍କୋର କରିଛନ୍ତି । ସେ ଏହାପୂର୍ବରୁ ବୋରୁସିଆ ଡର୍ଟମୁଣ୍ଡ ପକ୍ଷରୁ ଖେଳୁଥିଲେ । ସେ ଏଥର ଫିଫା ବିଶ୍ୱକପରେ ନରୱେ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ୧୯୯୮ ପରେ ନରୱେ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଅପରପକ୍ଷରେ ଭାରତର ଅଧିନାୟକ ଶୁଭମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି କରିବେ । ଜାନୁୟାରୀ ୧୧ରୁ ୩ ମ୍ୟାଚ ବିଶିଷ୍ଟ ସିରିଜ ଇନ୍ଦୋରରୁ ଆରମ୍ଭ ହେବ । ଏହା ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଗିଲ ଟି୨୦ ସିରିଜରେ ଖେଳିବେ ନାହିଁ ।

Leave A Reply

Your email address will not be published.