ମେଲବୋର୍ଣ୍ଣ: ଟେଷ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ କ୍ରମାଗତ ବିଫଳତା ଟିମ ଇଣ୍ଡିଆକୁ ଚାପରେ ପକାଉଛି । ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚରେ ସେ ପ୍ରଥମ ଇନିଂସରେ ୩ ରନ କରି ଆଉଟ ହୋଇଛନ୍ତି । ଏ ନେଇ ଭାରତୀୟ ପ୍ରଶଂସକମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି । ସେମାନେ ଟେଷ୍ଟରୁ ରୋହିତ ଅବସର ନେଇ ଯାଆନ୍ତୁ ବୋଲି ଅନୁରୋଧ କରିଛନ୍ତି । ରୋହିତ ୧୪ଟି ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । ସେ ୧୧.୦୭ ଆଭରେଜରେ ୧୫୫ ରନ କରିଛନ୍ତି । ତାଙ୍କ ଇନିଂସଗୁଡିକ ୬, ୫, ୨୩, ୮, ୨,୫୨,୦,୮, ୧୮, ୧୧, ୩, ୬, ୧୦ ଓ ୩ ରହିଛି ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସମାଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ନିକଟରେ ଭଲ ସୁଯୋଗ ଥିଲା । ସେ ନିଜ ଗୋଡରେ କୁରାଢ଼ୀ ମାରି ଚାଲିଛନ୍ତି । ପୂର୍ବରୁ ବିସିସିଆଇ ଓ ଚୟନ କମିଟି ସ୍ପଷ୍ଟ ଭାବେ ସନ୍ଦେଶ ଦେଇଥିଲେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ନୂଆ ଟିମ ଇଣ୍ଡିଆ ଗଠନ କରିବ । ରୋହିତଙ୍କ ନିକଟରେ ଏବେ ଆଉ ୩ଟି ଇନିଂସ ହାତରେ ରହିଛି । ରୋହିତଙ୍କ ଫର୍ମକୁ ନେଇ ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ ଭଲ ପ୍ରଦର୍ଶନ କରି ଭାରତକୁ ଯଦି ୱାର୍ଲ୍ଡ ଟେଷ୍ଟ ସିରିଜରେ ଚାମ୍ପିୟନ କରାଇବେ ତାହା ହେଲେ ସମସ୍ତଙ୍କ ଆସ୍ଥା ଜିଣିପାରିବେ । ଅନ୍ୟଥା ରବିଚନ୍ଦ୍ରନ ଅଶ୍ୱୀନଙ୍କ ପରେ ରୋହିତ ନିଶ୍ଚିତ ଭାବେ ଅବସର ନେବାକୁ ବାଧ୍ୟ ହେବେ ।