ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଟିମ ତାର ଚୂଡାନ୍ତ ୧୫ ଜଣିଆ ଦଳ ଘୋଷଣା କରିଛି । ସେପ୍ଟମ୍ବର ୫ରୁ ଭାରତ ବିଶ୍ୱକପ ପାଇଁ ୧୫ ଖେଳାଳିଙ୍କ ନାମ ଘୋଷଣା କରିଥିଲା । ୨୮ ସେପ୍ଟମ୍ବରରେ ଏଥିରେ ପରିବର୍ତନ କରାଯିବାର ଶେଷ ତାରିଖ ଥିଲା । ଟିମ ଇଣ୍ଡିଆ ଅକ୍ଷର ପଟେଲଙ୍କ ସ୍ଥାନରେ ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ସାମିଲ କରିଛି । ଆଘାତ ସମସ୍ୟା ଯୋଗୁ ଅକ୍ଷର ଓହରି ଯାଇଥିବା ଜଣାପଡିଛି । ଗୌହାଟୀରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ୱାର୍ମଅପ ମ୍ୟାଚ ସେପ୍ଟମ୍ବର ୩୦ରେ ଖେଳିବ । ଏହା ପରେ ଅକ୍ଟୋବର ୩ରେ ନେଦରଲାଣ୍ଡସ ବିରାଧରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଖେଳିବ । ଅକ୍ଟୋବର ୫ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ କ୍ରିକେଟର ପ୍ରଥମ ମ୍ୟାଚ ଖେଳାଯିବ । ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ ।
ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ, ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ।
Comments are closed.