Latest Odisha News

ଶ୍ରୀଲଙ୍କା ସିରିଜ ପୂର୍ବରୁ ଘୋଷଣା ହେବେ ଟିମ ଇଣ୍ଡିଆର ନୂଆ କୋଚ

ବ୍ରିଜଟାଉନ: ଭାରତ ଟି୨୦ ବିଶ୍ୱକପ ଚାମ୍ପିୟନ ହେବା ପରେ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ଖୁବ ଶୀଘ୍ର ନୂତନ କୋଚ ଏବଂ ଟି୨୦ ଅଧିନାୟକଙ୍କ ନାମ ଘୋଷଣା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ରୋହିତ ଶର୍ମା ଟି୨୦ ଅବସର ଘୋଷଣା କରିବା ପରେ ଏହି ପଦ ମଧ୍ୟ ଖାଲି ପଡିଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ କହିଛନ୍ତି ଯେ, ଚଳିତ ମାସ ଶେଷ ଭାଗରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ସିରିଜ ପୂର୍ବରୁ ନୂତନ କୋଚଙ୍କୁ ଆମେ ସ୍ୱାଗତ କରିବୁ । କୋଚ ଦୌଡରେ ଗୌତମ ଗମ୍ଭୀର ଓ ଡବ୍ଲ୍ୟୁଭି ରମଣଙ୍କ ନାମ ଆଗରେ ରହିଛି । ଜୁଲାଇ ୬ରୁ ଆରମ୍ଭ ହେବାକୁ ଯାଉଥିବା ଜିମ୍ବାୱେ ବିପକ୍ଷ ସିରିଜରେ ଭିଭିଏସ ଲକ୍ଷ୍ମଣ କୋଚ ଦାୟିତ୍ୱ ତୁଲାଇବେ ।

ଏହି ଅବସରରେ ଜୟ ଶାହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ହାତେଇବା ଆମର ପରବର୍ତୀ ଲକ୍ଷ୍ୟ ବୋଲି କହିଛନ୍ତି । ଆମେ କେବେ ହେଲେ ସିନିୟର ଖେଳାଳିଙ୍କୁ ଅଣଦେଖା କରିବୁ ନାହିଁ ବୋଲି ସେ କହିଛନ୍ତି । ଆଗକୁ ମଧ୍ୟ ସେମାନଙ୍କ ଉପରେ ଗୁରୁ ଦାୟିତ୍ୱ ନ୍ୟସ୍ତ ରହିବ । ଟି୨୦ ବିଶ୍ୱକପ ଟିମର ମାତ୍ର ୩ଜଣ ଖେଳାଳି ଜିମ୍ବାୱେ ଗସ୍ତରେ ଯାଉଛନ୍ତି । ଅନ୍ୟମାନଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.