Latest Odisha News

BREAKING NEWS

ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

ମେଲବର୍ଣ୍ଣ: ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର । ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସମସ୍ତେ ଆରଟିପିସିଆର ଟେଷ୍ଟ କରାଇଥିଲେ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଟିମ୍ ଇଣ୍ଡିଆ ମେଲବର୍ଣ୍ଣରୁ ସିଡନୀ ଅଭିମୁଖେ ବାହାରିବ ।

ଟିମ୍ ଇଣ୍ଡିଆର ପାଞ୍ଚ ଜଣ ଖେଳାଳି ରୋହିତ ଶର୍ମା, ପୃଥ୍ଵୀ ଶ, ଶୁଭମନ୍ ଗିଲ୍, ନଭଦୀପ ସାଇନି ଓ ଋଷଭ ପନ୍ତ ନୂଆବର୍ଷ ଦିନ ମେଲବର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାପରେ ଟିମ୍‌ ଇଣ୍ଡିଆ ଓ ସପୋର୍ଟ ଷ୍ଟାଫଙ୍କଠାରୁ ଏମାନଙ୍କୁ ଅଲଗା କରିବା ସହ ଆଇସୋଲେସନରେ ପଠାଯାଇଥିଲା ।
କ୍ରିକେଟ ଅଷ୍ଟ୍ରେଲିଆ କହିଥିଲା, ଖେଳାଳିମାନଙ୍କର ଏଭଳି କାର୍ୟ୍ୟକଳାପ କୋଭିଡ୍ ସମୟରେ ମ୍ୟାଚ ଆୟୋଜନକୁ ନେଇ ଜାରି ନିୟମାବଳୀର ଉଲ୍ଲଂଘନ କରୁଛି । ଏହାପରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ଏବେ ସେମାନେ ମେଲବର୍ଣ୍ଣ ଛାଡ଼ି ସିଡନୀ ଅଭିମୁଖେ ଗସ୍ତ କରିବେ । ଆସନ୍ତା ୭ ତାରିଖରେ ସିଡନୀରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ।

Leave A Reply

Your email address will not be published.