ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଏସିଆ କପ ଟି୨୦ ପାଇଁ ଦୁବାଇ କେବେ ଯିବ ତାହାର ତାରିଖ ସମ୍ମୁଖକୁ ଆସିଛି । ସେପ୍ଟମ୍ବର ୯ରେ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ସେପ୍ଟେମ୍ବର ୪ରେ ଖେଳାଳିମାନେ ଦୁବାଇରେ ଏକତ୍ରିତ ହେବେ ବୋଲି ଜଣାପଡିଛି । ପୂର୍ବରୁ ମୁମ୍ବାଇରେ ଖେଳାଳିମାନେ ଏକତ୍ରିତ ହେବେ ବୋଲି ସ୍ଥିର ହୋଇଥିଲା । ଏବେ ସମସ୍ତ ଖେଳାଳି ୪ରେ ପଂହଚିବା ପରେ ୫ରେ ଅଭ୍ୟାସ ସେଶନରେ ଯୋଗ ଦେବେ । ଖେଳାଳିମାନଙ୍କୁ ନିଜ ନିଜ ସୁବିଧାରେ ଦୁବାଇରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପଂହଚିବା ପାଇଁ କୁହାଯାଇଛି ।
୧୦ରେ ୟୁଏଇ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୧୪ରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ସୁପର ଫୋର ପୂର୍ବରୁ ଭାରତ ତାର ଶେଷ ଗ୍ରୁପ ମ୍ୟାଚ ୧୯ରେ ଓମାନ ବିପକ୍ଷରେ ଖେଳିବ । ଏସିଆ କପ ପାଇଁ ଭାରତୀୟ ଟିମରେ ସ୍ଥାନ ପାଇଥିବା ଅର୍ଶଦୀପ ସିଂ ଓ ହର୍ଷିତ ରାଣା ଗୁରୁବାର ଆରମ୍ଭ ହୋଇଥିବା ଦୁଲୀପ ଟ୍ରଫିରେ ଉତରାଂଚଳ ପକ୍ଷରୁ ଖେଳୁଛନ୍ତି । କୂଲଦୀପ ଯାଦବ ମଧ୍ୟାଂଚଳ ପକ୍ଷରୁ ଖେଳୁଛନ୍ତି । ଷ୍ଟାଣ୍ଡବାଇ ଖେଳାଳି ପ୍ରସିଦ୍ଧ କ୍ରିଷ୍ଣା ଓ ୱାଶିଂଟନ ସୁନ୍ଦର ମୂଖ୍ୟ ଟିମ ସହିତ ଯାତ୍ରା କରିବେ ନାହିଁ ଜଣାପଡିଛି ।
Comments are closed.