Latest Odisha News

ୱାଇଏସଆରସିପିରେ ଯୋଗ ଦେଲେ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଅମ୍ବାତି ରାୟୁଡୁ ଏବେ ରାଜନୀତିରେ ପାଦ ଥାପିଛନ୍ତି । ବିଜୟୱାଡା ମୂଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୁବଜନ ଶ୍ରମିକ ରାୟଥୁ କଂଗ୍ରେସ ପାର୍ଟି(ୱାଇଏସଆରସିପି)ରେ ଯୋଗ ଦେଇଛନ୍ତି । ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଅମ୍ବାତିଙ୍କ ଯୋଗଦାନ ଅବସରରେ ଉପସ୍ଥିତ ଥିଲେ । ଚଳିତ ବର୍ଷ ରାୟୁଡୁ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଆଇପିଏଲର ଗତ ସଂସ୍କରଣର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସର ସେ ସଦସ୍ୟ ଥିଲେ । ରାଜନୀତିରେ ଯୋଗଦେବା ପରେ ସେ ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବେ ବୋଲି ଅନୁମାନ କରାଯାଉଛି ।

ଜୁନରୁ ସେ ରାଜନୀତିରେ ସାମିଲ ହେବେ ବୋଲି ପରୋକ୍ଷରେ ସୂଚନା ଦେଇ ଆସୁଥିଲେ । ୨୦୧୩ରେ ସେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୫୫ ଦିିନିକିଆରେ ୪୭ ଆଭରେଜରେ ସେ ୧୬୯୪ ରନ ସଂଗ୍ରହ କରିଥିଲେ । ଏଥିରେ ୩ ଶତକ ଓ ୧୦ ଅର୍ଦ୍ଧଶତକ ସାମିଲ । ସେ ୬ଟି ଟି୨୦ ମ୍ୟାଚ ଖେଳି ୪୨ ରନ କରିଛନ୍ତି । ୨୦୩ ଆଇପିଏଲ ମ୍ୟାଚ ଖେଳି ସେ ୪୩୨୮ ରନ ସଂଗ୍ରହ କରିଛନ୍ତି । ରାୟୁଡୁଙ୍କ ଯୋଗଦାନ ଆମକୁ ପାର୍ଟିକୁ ଆହୁରି ମଜଭୁତ କରିବ ବୋଲି ମୂଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.