Latest Odisha News

ତୁରନ୍ତ ଲେବାନନ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଲା ଦୂତାବାସ

ବେରୁତ: ଇସ୍ରାଏଲ ଏବଂ ହିଜବୁଲ ମଧ୍ୟରେ ବଢୁଥିବା ତିକ୍ତତା ଭିତରେ ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ।

ଗୁରୁବାର ଦିନ ବେରୁତରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଲେବାନନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି।

ଗତ ବର୍ଷ ଅକ୍ଟୋବର ୮ରୁ ଇସ୍ରାଏଲ୍ ସୈନ୍ୟ ଏବଂ ହିଜବୁଲ ମଧ୍ୟରେ ସୀମା ବିବାଦ ଦେଖାଦେଇଥିଲା।

ମଙ୍ଗଳବାର ଦିନ ଦକ୍ଷିଣ ବେରୁତରେ ହୋଇଥିବା ଆକ୍ରମଣରେ ଇସ୍ରାଏଲ, ହିଜବୁଲାର ବରିଷ୍ଠ ସୈନ୍ୟ କମାଣ୍ଡର ଫାଉଦ ଶୁକୁରଙ୍କୁ ହତ୍ୟା କରିଥିବା ଦାବି କରିଥିଲା। ଯାହାପରେ ତିକ୍ତତା ଆହୁରି ବଢିଛି।

ଏହି ଅଞ୍ଚଳର ସାମ୍ପ୍ରତିକ ସ୍ଥିତି ତଥା ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଆଗାମୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଲେବାନନ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି ବୋଲି ବେରୁତରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି।

 

Comments are closed.