Latest Odisha News

BREAKING NEWS

ଭାରତୀୟ ଫୁଟବଲର ମହାନ ଖେଳାଳି ଚୁନ୍ନି ଗୋସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ଚୁନ୍ନି ଗୋସ୍ୱାମୀଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ନେତୃତ୍ୱରେ ଭାରତ ୧୯୬୨ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲା । ଚୁନ୍ନି ଗୋସ୍ୱାମୀ ଜଣେ ଭଲ କ୍ରିକେଟ ଖେଳାଳି ମଧ୍ୟ ଥିଲେ । ବେଙ୍ଗଲ ରଣଜୀ ଟିମର ଅଧିନାୟକ ମଧ୍ୟ ଥିଲେ ।

୧୯୬୨ରୁ ୧୯୭୩ ପର୍ଯ୍ୟନ୍ତ ଫୁଟବଲ ଖେଳିବା ପରେ ସେ ଏହାକୁ ଅଲବିଦା କହି ଦେଇଥିଲେ । ଏହା ପରେ କ୍ରିକେଟ ଖେଳିଥିଲେ । ତାଙ୍କ ନେତୃତ୍ୱରେ ୧୯୭୧ରେ ବେଙ୍ଗଲ ରଣଜୀ ଟିମରେ ରନର୍ସଅପ ହୋଇଥିଲେ ।

Leave A Reply

Your email address will not be published.