Latest Odisha News

BREAKING NEWS

୫ ବର୍ଷ ପରେ ଭାରତୀୟ ଫୁଟବଲ ଟିମ ଟପ ୧୦୦ରେ ସାମିଲ

ନୂଆଦିଲ୍ଲୀ: ଫିଫା ଦ୍ୱାରା ଜାରୀ କରାଯାଇଥିବା ସଦ୍ୟ ର‌୍ୟାଙ୍କିଙ୍ଗରେ ଭାରତୀୟ ଫୁଟବଲ ଟିମ ୫ ବର୍ଷ ପରେ ଟପ ୧୦୦ରେ ସାମିଲ ହୋଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଇଂଟରକଂଟିନେଂଟାଲରେ ଭାରତ ଟାଇଟଲ ହାସଲ କରିବା ଯୋଗୁ ର‌୍ୟାଙ୍କିଙ୍ଗରେ ସୁଧାର ଆସିଥିଲା । ଫାଇନାଲରେ ଭାରତ ୨-୦ ଗୋଲରେ ଲେବାନନକୁ ପରାସ୍ତ କରିଥିଲା । ଭାରତ ଏବେ ୧୦୦ତମ ସ୍ଥାନରେ ରହିଛି । ଏହା ପୂର୍ବରୁ ୧୫ ମାର୍ଚ୍ଚ ୨୦୧୮ରେ ୯୯ତମ ସ୍ଥାନରେ ରହିଥିଲା । ସୂଚନାଯୋଗ୍ୟ ଭାରତର ଏ ପର୍ଯ୍ୟନ୍ତ ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ୯୪ ରହିଛି । ଲେବାନନ ପରାଜୟ ଯୋଗୁ ୯୯ରୁ ୧୦୨କୁ ଖସି ଆସିଛି ।

ବିଶ୍ୱ ଚାମ୍ପିୟନ ଆର୍ଜେଂଟିନା ଶୀର୍ଷ ସ୍ଥାନରେ ରହିଛି । ଫ୍ରାନ୍ସ, ବ୍ରାଜିଲ, ଇଂଲଣ୍ଡ ଓ ବେଲଜିୟମ ଯଥାକ୍ରମେ ଦ୍ୱିତୀୟରୁ ୫ମ ସ୍ଥାନରେ ରହିଛନ୍ତି । ଏସୀୟ ର‌୍ୟାଙ୍କିଙ୍ଗରେ ଜାପାନ ସବୁଠାରୁ ଆଗରେ ୧୦ମ ସ୍ଥାନରେ ରହିଛି । ଏହି କ୍ରମରେ ଭାରତ ୧୮ ଓ ପାକିସ୍ତାନ ୪୪ତମ ସ୍ଥାନରେ ରହିଛି । ପାକିସ୍ତାନ ବିଶ୍ୱ ର‌୍ୟାଙ୍କିଙ୍ଗରେ ୨୦୧ତମ ସ୍ଥାନରେ ରହିଛି ।

Leave A Reply

Your email address will not be published.