Latest Odisha News

BREAKING NEWS

ଭାରତୀୟ ଫୁଟବଲ ଟିମର ମିଡଫିଲ୍ଡର ଅନିରୁଦ୍ଧ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ମିଡଫିଲ୍ଡର ଅନିରୁଦ୍ଧ ଥାପ୍ପା କରୋନା ସଂକ୍ରମିତ ଥିବା ଜଣାପଡିଛନ୍ତି । ଶନିବାର ଭାରତୀୟ ଫୁଟବଲ ମହାସଂଘର ଜେନେରାଲ ସେକ୍ରେଟାରୀ କୁଶଳ ଦାସ ଏ ନେଇ ସୂଚନା ଦେଇଛନ୍ତି । ଦୋହାରେ ବିଶ୍ୱକପ ଓ ଏସୀୟାଇ କପ ଯୋଗ୍ୟତାପର୍ଯ୍ୟାୟ ଖେଳିବା ପାଇଁ ସେ ଦଳ ସହିତ ଯାଇଥିଲେ । ଅନିରୁଦ୍ଧ ଅନ୍ୟ ଖେଳାଳିଙ୍କଠାରୁ ଅଲଗା ରଖାଯାଇଛି ।

ଭାରତ ବିଶ୍ୱକପ ଦୌଡରୁ ବାଦ୍ ପଡି ସାରିଛି । ଏବେ ୨୦୨୩ ଏସିଆଇ କପ ପାଇଁ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଛି । ଗ୍ରୁପ ଇରେ ୬ ମ୍ୟାଚରୁ ୩ ପଂଏଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି । ୭ ଓ ୧୫ ଜୁନରେ ଭାରତ ଆଉ ୨ଟି ମ୍ୟାଚ ଖେଳିବ ।

Comments are closed.