ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ହକି ଟିମ ପାକିସ୍ତାନ ବିପକ୍ଷରେ ଇତିହାସ ରଚିଛି । ପୁରୁଷ ହକିରେ ଭାରତ ୧୦-୨ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି । ଏହା ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ । ୧୯୫୬ରେ ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ହକି ମ୍ୟାଚ ଖେଳା ଯାଇଥିଲା । ସେବେଠାରୁ ଏତେ ବ୍ୟବଧାନରେ ଭାରତ ବିଜୟ ହାସଲ କରି ନ ଥିଲା । ଭାରତ ବିପକ୍ଷରେ ପାକିସ୍ତାନ ଦୁଇ ଥର ୭-୧ ବ୍ୟବଧାନରେ ବିଜୟ ହାସଲ କରିଛି । ୨୦୧୩ ପରଠାରୁ ଉଭୟ ଦେଶ ମଧ୍ୟରେ ୨୫ ମ୍ୟାଚ ଖେଳାଯାଇଛି । ଭାରତ ୧୭ ମ୍ୟାଚରେ ବିଜୟୀ ହୋଇଛି ।
ଓଭରାଲ ୧୮୦ ମ୍ୟାଚ ଖେଳାଯାଇଛି । ପାକିସ୍ତାନ ୮୨ ଓ ଭାରତ ୬୬ ମ୍ୟାଚ ଜିତିଛନ୍ତି । ୩୨ ମ୍ୟାଚ ଡ୍ର ରହିଛି । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ସର୍ବାଧିକ ୪ଟି ଗୋଲ ସ୍କୋର କରିଥିଲେ । ବରୁଣ ୨ଟି ଏବଂ ଲଳିତ, ଶମଶେର, ମନଦୀପ, ସୁମିତ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ପାକିସ୍ତାନ ପକ୍ଷରୁ ସୁଫିୟାନ ମହମ୍ମଦ ଓ ଅବଦୁଲ ରାଣା ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ ।
Comments are closed.