Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଟିମର ପ୍ରସ୍ତୁତିକୁ ନେଇ ଉଠିଛି ପ୍ରଶ୍ନ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଟିମର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଛି । ୨୦୨୫ ଫେବୃୟାରୀରେ ଏହା ଆୟୋଜିତ ହେବ । ଭାରତ ମାତ୍ର ୩ଟି ଦିନିକିଆ ଖେଳି ଏହି ଟ୍ରଫି ଖେଳିବାକୁ ଯିବ । ସେହିପରି ୨୦୨୪ରେ ମଧ୍ୟ ଟିମ ଇଣ୍ଡିଆ ମାତ୍ର ୩ଟି ଦିନିକିଆ ମ୍ୟାଚ ଖେଳିଥିଲା । ୧୯୭୯ ପରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତର ଏହା ସବୁଠାରୁ କମ ମ୍ୟାଚ ରହିଛି । ଏପରିକି କାର୍ଯ୍ୟସୂଚୀ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ଶ୍ରୀଲଙ୍କା ବିପକ୍ଷ ସିରିଜ ଅଗଷ୍ଟ ୭ରେ ସମାପ୍ତ ହୋଇଥିଲା । ଏହାର ୪୨ ଦିନ ପରେ ଭାରତ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ୪ମାସ ମଧ୍ୟରେ ଟିମ ଇଣ୍ଡିଆ ଓଭରାଲ ୧୦ଟି ଟେଷ୍ଟ ଓ ୭ଟି ଟି୨୦ ମୁକାବିଲା ଖେଳିବ । ଏହା ମଧ୍ୟରେ ଗୋଟିଏ ବି ଦିନିକିଆ ମ୍ୟାଚ ନାହିଁ । ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହା ପରେ ପରେ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇଯିବ । ଅପରପକ୍ଷରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ଟିମ ଭାରତଠାରୁ ୩ରୁ ୪ଗୁଣ ଅଧିକ ମ୍ୟାଚ ଖେଳିବ ।

୨୦୧୩ରେ ଭାରତ ଶେଷ ଥର ଚାମ୍ପୟନ୍ସ ଟ୍ରଫିରେ ଟାଇଟଲ ହାସଲ କରିଥିଲା । ୨୦୧୭ରେ ଫାଇନାଲରେ ପାକିସ୍ତାନଠାରୁ ହାରିଥିଲା । ଟି୨୦ ବିଶ୍ୱକପ ଜିତିବା ପରେ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଓ ଚାମ୍ପିୟନ୍ସ ଟ୍ରଫି ଜିିତିବା ଲକ୍ଷ୍ୟରେ ରହିଛି ।

Comments are closed.