ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଟେବୁଲ ଟେନିସରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷ ବିଭାଗ ଫାଇନାଲରେ ଟିମ ଇଣ୍ଡିଆ ୩-୧ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା । ସାଥିୟାନ ଜ୍ଞାନଶେକରନ ଓ ହରମିତ ଦେଶାଇ ସେମାନଙ୍କ ଡବଲ୍ସ ମ୍ୟାଚ ସହଜରେ ଜିତିଥିଲେ ମଧ୍ୟ ଷ୍ଟାର ଖେଳାଳି ଶରଥ କମଲ ସିଙ୍ଗଲ୍ସରେ ପରାଜିତ ହୋଇଥିଲେ । ଶରତଙ୍କୁ ସିଙ୍ଗାପୁରର ସିନିୟର ଖେଳାଳି କ୍ଲାରେନ୍ସ ଚିଓ ପରାସ୍ତ କରିଥିଲା । ମୁକାବିଲା ୧-୧ ସମାନ ସ୍ଥିତିକୁ ଆସିବା ପରେ ଭାରତର ସାଥିୟାନ ଓ ହରମିତ ସେମାନଙ୍କ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇ ଭାରତ ପାଇଁ ୫ମ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସାଥିୟାନ ଚମତ୍କାର ପ୍ରଦର୍ଶନ ଭାରତକୁ ସ୍ୱର୍ଣ୍ଣ ପଦକ ହାସଲ କରାଇବାରେ ସହାୟ ହୋଇଥିଲା । ପୂର୍ବରୁ ନାଇଜେରିଆକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା । ୨୦୧୮ ଏସିଆନ ଗେମ୍ସରେ ମଧ୍ୟ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ।
BREAKING NEWS
- MPATGM: DRDO ପୁଣି କଲା କମାଲ୍; ଟ୍ୟାଙ୍କ ଧ୍ୱଂସକାରୀ ସ୍ୱଦେଶୀ ମିସାଇଲର ସଫଳ ପରୀକ୍ଷଣ
- chilika: ଚିଲିକା ହ୍ରଦର ସାମଗ୍ରୀକ ବିକାଶ ସମ୍ପର୍କିତ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ;ଲୋକଙ୍କ ସେବା ଜାରି ରଖିବା ପାଇଁ…
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
Comments are closed.