ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଟେବୁଲ ଟେନିସରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷ ବିଭାଗ ଫାଇନାଲରେ ଟିମ ଇଣ୍ଡିଆ ୩-୧ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା । ସାଥିୟାନ ଜ୍ଞାନଶେକରନ ଓ ହରମିତ ଦେଶାଇ ସେମାନଙ୍କ ଡବଲ୍ସ ମ୍ୟାଚ ସହଜରେ ଜିତିଥିଲେ ମଧ୍ୟ ଷ୍ଟାର ଖେଳାଳି ଶରଥ କମଲ ସିଙ୍ଗଲ୍ସରେ ପରାଜିତ ହୋଇଥିଲେ । ଶରତଙ୍କୁ ସିଙ୍ଗାପୁରର ସିନିୟର ଖେଳାଳି କ୍ଲାରେନ୍ସ ଚିଓ ପରାସ୍ତ କରିଥିଲା । ମୁକାବିଲା ୧-୧ ସମାନ ସ୍ଥିତିକୁ ଆସିବା ପରେ ଭାରତର ସାଥିୟାନ ଓ ହରମିତ ସେମାନଙ୍କ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇ ଭାରତ ପାଇଁ ୫ମ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସାଥିୟାନ ଚମତ୍କାର ପ୍ରଦର୍ଶନ ଭାରତକୁ ସ୍ୱର୍ଣ୍ଣ ପଦକ ହାସଲ କରାଇବାରେ ସହାୟ ହୋଇଥିଲା । ପୂର୍ବରୁ ନାଇଜେରିଆକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା । ୨୦୧୮ ଏସିଆନ ଗେମ୍ସରେ ମଧ୍ୟ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ।
BREAKING NEWS
- ଦଶହରାରେ ଭୁବନେଶ୍ୱରରେ ପ୍ରବଳ ଭିଡ଼; ମଣ୍ଡପରେ ଗହଳି, ରାସ୍ତାରେ ଫସିଲା ଆମ୍ବୁଲାନ୍ସ…
- ପୂଜା ଭିଡ଼ରେ ଛିନତାଇ କରୁଥିଲା ‘ବଞ୍ଜାରା ଗ୍ୟାଙ୍ଗ୍’; ୭ ଜଣଙ୍କୁ ଗିରଫ କଲା ପୋଲିସ
- Tiger Shroff Attacked : ଟାଇଗର ନୁହେଁ…ଟାର୍ଗେଟରେ ଥିଲେ ବଲିଉଡର ବଡ ହିରୋ?… ଟାଇଗର ଶ୍ରଫଙ୍କ କାର୍ ଉପରକୁ ଗୁଳିମାଡ଼ ଘଟଣାରେ ବଡ ଖୁଲାସା
- Dhanush’s Political Entry: ବିଜୟଙ୍କ ପରେ ଧନୁଷଙ୍କ ଏଣ୍ଟ୍ରି! ରାଜନୀତିକୁ ଆସିବେ କି ସାଉଥ୍ ସୁପରଷ୍ଟାର୍? ଆଗୁଆ ସ୍ବାଗତ ଜଣାଇଲା TVK
- ୫୦୦ ଗଛର କରାଯିବ ଅସ୍ତ୍ରୋପଚାର, ଜୀବନ ବଞ୍ଚାଇବା ପାଇଁ ଖୋଜା ଚାଲିଛି ବିଶେଷଜ୍ଞ
- ଅକ୍ଟୋବର ୨୩ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ
- Drug-Free India: ଡ୍ରଗ୍ସମୁକ୍ତ ଭାରତ ପାଇଁ ଅମିତ ଶାହଙ୍କ ଡେଡ୍ଲାଇନ୍; ୩୧ ଡିସେମ୍ବର ୨୦୨୯ ସୁଦ୍ଧା ନିଶାମୁକ୍ତ ଦେଶ ଗଠନ ଲକ୍ଷ୍ୟ!
- ଦୀପାବଳିରେ ପରିବାର ସହ ସମୟ ବିତାନ୍ତୁ, ଆନ୍ଦୋଳନ ସ୍ଥଗିତ ରହିବ: ଅଭିଜିତ୍ ଦୀପକେ
- ଚାଷ ଜମିରୁ ଜଙ୍ଗଲି ଦନ୍ତା ହାତୀର ମୃତଦେହ ଉଦ୍ଧାର
- ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ଙ୍କୁ ୩ ଘଣ୍ଟା ଧରି ଅଟକ ରଖାଯାଇଥିବା ଏବଂ ୫୦,୦୦୦ ଟଙ୍କା ଜରିମାନା କରାଯାଇଥିବା ନେଇ ଆପ୍ ପକ୍ଷରୁ ଅଭିଯୋଗ

Comments are closed.