Latest Odisha News

ଭାରତୀୟ ନୌସେନାକୁ ମିଳିଲା ସ୍ବଦେଶୀ ମାନବ ବିହୀନ ଡ୍ରୋନ୍ ‘ଦୃଷ୍ଟି’

ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ସ୍ବଦେଶୀ ଡ୍ରୋନ୍ ଦୃଷ୍ଟି । ଏହାର ଲୋକାର୍ପଣ କରିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର ।ପ୍ରଥମ ସ୍ବଦେଶ ନିର୍ମିତ ଦୃଷ୍ଟି ୧୦ ଷ୍ଟାରଲାଇନର ମାନବ ବିହୀନ (UAV) ଡ୍ରୋନ ଦୃଷ୍ଟି। ଆଦାନୀ ଡିଫେନ୍ସ ଏବଂ ଏରୋସ୍ସେସ ଏହାକୁ ନିର୍ମାଣ କରିଛି।

ଏହିମାନବ ବିହୀନ ଡ୍ରୋନକୁ ଭାରତରେ ତିଆରି କରାଯାଇଛି ।ଏହାର ତିଆରି ପାଇଁ ବ୍ୟବହୃତ ହୋଇଥିବା ସାମଗ୍ରୀ ମଧ୍ୟରୁ ୬୦ପ୍ରତିଶତ ଭାରତର।ଏହି UAVର ପେଲୋଡ୍ କ୍ଷମତା ୪୫୦ କିଲୋଗ୍ରାମ। ଏହି ଡ୍ରୋନ୍ ଚଳାଇବା ପାଇଁ କୌଣସି ମନୁଷ୍ୟର ଆବଶ୍ୟକତା ପଡିବ ନାହିଁ। ୩୬ ଘଣ୍ଟା ପର୍ଯ୍ୟନ୍ତ ଉଡାଣ ଭରିପାରିବ ଦୃଷ୍ଟି । ଏହା ସବୁ ପ୍ରକାର ଜଳବାୟୁରେ କାର୍ଯ୍ୟ କରିପାରିବ ।

ଡ୍ରୋନର ଉଦଘାଟନ ସମୟରେ ଭାରତର ନୌସେନା ପ୍ରମୁଖ ଆଡମିରାଲ ଆର ହରି କୁମାରଙ୍କ ସହିତ ୭୫ ସୈନିକ ମଧ୍ୟ ଉପସ୍ଥିତ ରହିଥିଲେ । ଭାରତୀୟ ନୌସେନାର ଆବଶ୍ୟକତା ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଣିକି ଭାରତୀୟ ନୌସେନାର ବଳ ଆହୁରି ବୃଦ୍ଧି ପାଇବ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ନୌସେନା UAVର ବ୍ୟବହାର କରୁଛି । ନୌସେନା କ୍ଷେତ୍ରରେ ଏହି ISR ବା ଅତ୍ୟାଧୁନିକ ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସ ଆଣ୍ଡ ରିକୋନେସାନ୍ସ ଟେକ୍ନୋଲୋଜି ଏକ ଗେମ୍ ଚେଞ୍ଜର ଭଳି କାର୍ଯ୍ୟ କରିବ । ଏହା ଆମ ପାଇଁ ଏକ ସ୍ବପ୍ନ ସାକାର କରିବା ଭଳି ବୋଲି କହିଛନ୍ତି ଆର ହରି କୁମାର। ଜଳ, ସ୍ଥଳ ଏବଂ ଆକାଶ କ୍ଷେତ୍ରରେ ଗୁପ୍ତଚର, ନୀରିକ୍ଷଣ ଏବଂ ଅନୁସନ୍ଧାନ ପ୍ଲାଟଫର୍ମ ଏହାର ମୁଖ୍ୟ ପ୍ରାଥମିକତା । ଯାହା ଭାରତୀୟ ସଶସ୍ତ୍ର ବାହିନୀର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ ।

 

 

Comments are closed.