Latest Odisha News

BREAKING NEWS

ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ରିଲିଫ୍ ବାଣ୍ଟୁଛି ଭାରତୀୟ ନୌସେନା

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ଭାରତୀୟ ନୌସେନା ପକ୍ଷରୁ ରିଲିଫ୍ ବଣ୍ଟନ ଜାରି ରହିଛି । ଗତକାଲି ନୌସେନା ସଦର ବ୍ଲକର ପରିଖି ଗାଁରେ ରିଲିଫ୍ ବଣ୍ଟନ କରିଥିଲା । ବାତ୍ୟା ପରେ ପରିଖି ଗାଁ ଜଳବନ୍ଦୀ ହୋଇ ରହିଛି । ନୌସେନା ପକ୍ଷରୁ ସେଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ କମ୍ୟୁନିଟି କିଚେନ୍ ବ୍ୟବସ୍ଥା କରାଯାଇଛି ।

Indian Navy Continues Relief Operations at Cyclone Affected Areas in Balasore

ବୁଢ଼ିଗଡ଼ିଆ, ନନ୍ଦାଚକ, ବଉଳବେଣୀ, ଆଦି ମତ୍ସ୍ୟଜୀବୀ କଲୋନାର ୭୦୦ରୁ ଅଧିକ ଲୋକଙ୍କୁ ନୌସେନା ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ନୌସେନାର ଅନ୍ୟ ଏକ ଟିମ୍ ତାଳସାରୀ, ଭୋଗରାଇ, ଚନ୍ଦ୍ରମଣି ଓ ଇଞ୍ଚୁଡ଼ି ଅଞ୍ଚଳରେ ଆଜି ଲିରିଫ୍ ବଣ୍ଟନ କରୁଛି । ଏଥିସହ ଟିମ୍ ବହୁ ସ୍ଥାନରେ ରାସ୍ତା ଅବରୋଧ ହଟାଇଛି ।

ଧାମରାରେ ନୌସେନାର ୪ଟି ଜାହାଜ ରିଲିଫ୍ ସାମଗ୍ରୀ ଧରି ଧାମରାରେ ପହଞ୍ଚିଛି । ନୌସେନାର ହେଲିକପ୍ଟର ମଧ୍ୟ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛି ।

Leave A Reply

Your email address will not be published.