Latest Odisha News

ପୁଣି ନିଜର ପରାକ୍ରମ ଦେଖାଇଲା ଭାରତୀୟ ନୌସେନା, ଶତୃ ଦେଶର ୧୫ଜଣଙ୍କୁ ଉଦ୍ଧାର କଲା INS ସୁମିତ୍ରା

ନୂଆଦିଲ୍ଲୀ: ଆରବ ସାଗରରେ ପୁଣି ଥରେ ଦେଖିବାକୁ ମିଳିଛି ଭାରତୀୟ ନୌସେନାର ପରାକ୍ରମ । ଗତ ୨୪ଘଣ୍ଟାରେ ଆରବ ସାଗରରେ ଜଳଦସ୍ୟୁଙ୍କ ଠାରୁ ୨ ଜାହାଜକୁ ଉଦ୍ଧାର କରିଛି ଭାରତୀୟ ନୌସେନା । କେବଳ ଏତିକି ନୁହେଁ ଶତୃ ଦେଶକୁ ମିତ୍ରତାର ହାତ ବଢାଇ ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟ ଏକ ଇରାନୀ ଜାହାଜରୁ ୧୭ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା ।

ଭାରତୀୟ ନୌସେନା ୨୮ ଏବଂ ୨୯ ଜାନୁଆରୀରେ ଆରବ ସାଗରରେ ଦୁଇଟି ଜାହାଜକୁ ହାଇଜାକ୍ ହେବାରୁ ରକ୍ଷା କରିଥିଲା । ରବିବାର ଦିନ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ‘INS ସୁମିତ୍ରା’ ପ୍ରଥମେ ଇରାନର ଜାହାଜ ‘FB ଇରାନ’କୁ ସୁମାଲିଆ ଲୁଟେରା ମାନଙ୍କ କବଳରୁ ଉଦ୍ଧାର । ଏହା ପରେ ନିଜେ ଆରବ ସାଗରରେ ଏକ ସ୍ୱତନ୍ତ୍ର ଅପରେସନ କରି ‘ଅଲ ନାଇମି’ ନାମକ ଏକ ଜାହାଜକୁ ସୁମାଲିଆ ଲୁଟେରାମାନଙ୍କଠାରୁ ଉଦ୍ଧାର କରିଥିଲା | ଏହି ଅପରେସନରେ ଇଣ୍ଡିଆନ୍ ମେରାଇନ୍ କମାଣ୍ଡୋମାନେ ଅଂଶଗ୍ରହଣ କରିଥିଲେ।

ସୂଚନା ଅନୁସାରେ, କୋଚି ଠାରୁ ପଶ୍ଚିମ ଦିଗରେ ପ୍ରାୟ ୭୦୦ ନଡିକଲ ମାଇଲ ଦୂରରେ ଇରାନର ଏକ ଜାହାଜକୁ ସୁମାଲିଆ ଲୁଟେରା ମାନେ ହାଇଜ୍ୟାକ୍ କରିଥିଲେ । ଏନେଇ ଇରାନ ପକ୍ଷରୁ ଭାରତୀୟ ନୌସେନାକୁ ସାହାର୍ଯ୍ୟ ମଗାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଅପରେସନ । ଏହି ୨ଟି ଜାହାଜକୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା ନିଜ ଯୁଦ୍ଧ ପୋତ ‘INS ସୁମିତ୍ରା’କୁ ପଠାଇଥିଲା ।

ଏହି ଅପରେସନ୍ INS ସୁମିତ୍ରା ପାଇଁ ଦ୍ୱିତୀୟ ସଫଳ ଅପରେସନ୍ ଥିଲା । ଏହାପୂର୍ବରୁ ଜାନୁଆରୀ ୫ ରେ, ‘INS ଚେନ୍ନାଇ’ ସୁମାଲିଆ ଉପକୂଳରୁ ଏକ ଜାହାଜର କର୍ମଚାରୀଙ୍କୁ ସଫଳତାର ସହ ଉଦ୍ଧାର କରି ଜାହାଜରେ ଥିବା ସମସ୍ତ ୧୫ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଥିଲା । ୧୫ ଜଣ ଭାରତୀୟ କ୍ରୁ ସଦସ୍ୟ ଡକାୟତମାନଙ୍କଠାରୁ କାର୍ଗୋ ଜାହାଜ MV Leela Norfolk କୁ ​​ଉଦ୍ଧାର କରିଥିଲେ | ଏହି ଅପରେସନ୍ ମେରାଇନ୍ କମାଣ୍ଡୋସ୍ (MARCOS) ଦ୍ୱାରା କରାଯାଇଥିଲା |

 

Comments are closed.