Latest Odisha News

BREAKING NEWS

ଆଜି ନୌସେନାରେ ସାମିଲ ହେବ INS କଭରାତି

ବିଶାଖାପାଟଣା: ଭାରତୀୟ ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି । ସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ବିଶାଖାପାଟଣାରେ ନୌସେନା ଡକୟାର୍ଡରେ ଏହାକୁ ବିଧିବଦ୍ଧ ଭାବରେ ନୌସେନାରେ ସାମିଲ କରାଇବେ ।

ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଏହି ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଭାରତୀୟ ନୌସେନାର ନିଜସ୍ୱ ପ୍ରତିଷ୍ଠାନ, ନୌସେନା ଡିଜାଇନ୍ ନିର୍ଦ୍ଦେଶାଳୟ ଏବଂ କୋଲକାତା ଗାର୍ଡେନ୍ ରିଚ୍ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଆଇଏନଏସ କଭରାତିକୁ ନିର୍ମାଣ କରିଛନ୍ତି ।

ଏହି ଜାହାଜରେ ୯୦ ପ୍ରତିଶତ ଯାଏ ସ୍ୱଦେଶୀ ସାମଗ୍ରୀ ରହିଛି ଏବଂ କାର୍ବନ କମ୍ପୋଜିଟ୍ ବ୍ୟବହାର କରାଯାଇଛି । ଜାହାଜର ଅସ୍ତ୍ରଶସ୍ତ୍ର ଓ ସେନସର୍ ସୁଟ୍ ପାରମ୍ପରିକ ଅଟେ । ଯାହାକି ଦେଶର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ଦର୍ଶାଉଛି । ଏଥିରେ ବ୍ୟବହୃତ ସେନସର ସୁଟ୍ ଜଳରାଶି ମଧ୍ୟରେ ଅନ୍ୟ ଯୁଦ୍ଧପୋତକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ ସକ୍ଷମ ।

Leave A Reply

Your email address will not be published.