Latest Odisha News

BREAKING NEWS

ରେକର୍ଡ କଲେ ଭାରତୀୟ ନୌସେନାର ମହିଳା କମାଣ୍ଡର ଗ୍ରୁପ୍

ଭୁବନେଶ୍ୱର: ଭାରତୀୟ ନୌସେନାର ପୋରବନ୍ଦର ନାଭାଲ ଏନକ୍ଲେଭର ଆଇଏନଏସ-୩୧୪ ରେ କାର୍ଯ୍ୟରତ ପାଞ୍ଚ ଜଣ ମହିଳା ଅଧିକାରୀ ବୁଧବାର ଏକ ରେକର୍ଡ ରଚିଛନ୍ତି । ଉତ୍ତର ଆରବ ସାଗରରେ ପ୍ରଥମ ସର୍ବମହିଳା ଇଣ୍ଡିପେଣ୍ଡେଣ୍ଟ ମେରିଟାଇମ ରିକନାଇସାନ୍ସ ଆଣ୍ଡ ସର୍ଭେଲାନ୍ସ ମିଶନ ସଂପୂର୍ଣ୍ଣ କରି ଏହି ରେକର୍ଡ କରିଛନ୍ତି ।

ଲେଫ୍ଟିନାଣ୍ଟ କମାଣ୍ଡର ଅଞ୍ଚଲ ଶର୍ମା ଏହି ମିଶନର ନେତୃତ୍ୱ ନେଇଥିଲେ । ଡର୍ଣ୍ଣିଅର ଏୟାରକ୍ରାଫ୍ଟ-୨୨୮ରେ ଏହି ମିଶନ କାର୍ଯ୍ୟକାରୀ ହୋଇଥିଲା । ଏଥିରେ ପାଇଲଟ ଭାବେ ଲେଫ୍ଟିନାଣ୍ଟ ଶିବାଙ୍ଗୀ, ଲେଫ୍ଟିନାଣ୍ଟ ଅପୂର୍ବା ଗୀତେ, ଟାକ୍ଟିକାଲ ଏବଂ ସେନ୍ସର ଅଫିସର ଲେଫ୍ଟିନାଣ୍ଟ ପୂଜା ପଣ୍ଡା, ସିନିୟର ଲେଫ୍ଟିନାଣ୍ଟ ପୂଜା ଶେଖାଓ୍ୱତ ସାମିଲ ଥିଲେ ।

ଏହି ମିଶନ ଆଗରୁ ମହିଳା ଅଫିସର ମାନେ ପ୍ରାୟ ଏକ ମାସ ଧରି ତାଲିମ ନେଇଥିଲେ । ଏଭଳି ମଲ୍ଟି-କ୍ରିଉ ସର୍ଭେଲାନ୍ସ ଏୟାରକ୍ରାଫ୍ଟରେ ସର୍ବମହିଳା ଅଫିସର ଗ୍ରୁପ୍ ମିଶନ ସଂପୂର୍ଣ୍ଣ କରିବା ଏକ ବିରଳ ଉପଲବ୍ଧି । ପୋରବନ୍ଦର ନାଭାଲ ଏନକ୍ଲେଭରେ ଆଇଏନଏସ-୩୧୪ ହେଉଛି ଏକ ଫ୍ରଣ୍ଟଲାଇନ ଏୟାର ସ୍କ୍ୱାର୍ଡନ ଏବଂ ଏହା ଡର୍ଣ୍ଣିଅର ଏୟାରକ୍ରାଫ୍ଟ-୨୨୮ ପରିଚାଳନା କରେ । ଏହି ସ୍କ୍ୱାର୍ଡନକୁ କମାଣ୍ଡର ଏସ.କେ ଗୋୟଲ ନେତୃତ୍ୱ ନିଅନ୍ତି ।

Leave A Reply

Your email address will not be published.