Latest Odisha News

ପାକିସ୍ତାନ ନୁହେଁ, ଭାରତ ପରମାଣୁ ମିସାଇଲର ଟାର୍ଗେଟ ଏବେ ଚୀନ : ରିପୋର୍ଟ

ନୂଆଦିଲ୍ଲୀ:ଚୀନ ସହିତ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତ ତାର ପରମାଣୁ ରଣନୀତିରେ ବଡ ଧରଣର ପରିବର୍ତନ କରିଛି । ଆମେରିକା ଥିଙ୍କଟ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଭାରତ ଏବେ ପାକିସ୍ତାନ ବଦଳରେ ପରମାଣୁ ମିସାଇଲ ଟାର୍ଗେଟ ଚୀନ ଆଡକୁ ରଖିଛି । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଭାରତ ପରମାଣୁ ଆକ୍ରମଣ କିପରି କରିପାରିବ ସେଥିନେଇ ଜୋରସୋରରେ ପ୍ରସ୍ତୁତି କରିଛି । ଉକ୍ତ ରିପୋର୍ଟ ଅନୁସାରେ ଭାରତ ପରମାଣୁ ଟାର୍ଗେଟରେ ଏବେ ଚୀନ ରାଜଧାନୀ ବେଜିଂ ଆସି ସାରିଛି । ବର୍ତମାନ ଭାରତ ପାଖରେ ୧୫୦ରୁ କମ୍ ପରମାଣୁ ରହିଛି । ଖୁବ୍ ଶୀଘ୍ର ଆଉ ୧୫୦ ପରମାଣୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ରହିଛି । ସେହିପରି ଭାରତର ପରମାଣୁ କ୍ଷମତା ସମ୍ପନ୍ନ କେତେଗୁଡିଏ ମିସାଇଲ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପଂହଚ ସାରିଛି । ଏହା ମଧ୍ୟରେ ସ୍ଥଳ ଭାଗରୁ ଅଗ୍ନି-୬ ଓ ବୁଡା ଜାହଜ ମଧ୍ୟରୁ କ୍ଷେପଣ କରାଯାଇ ପାରିବା ମିସାଇଲ ରହିଛି । ୮ଟି ଏପରି ମିସାଇଲ ଅଛି ଯାହାକି ଯେ କୌଣସି ସମୟରେ ଓ ପରିସ୍ଥିତିରେ ପରମାଣୁ ବୋମା ଫାୟାର କରିପାରିବ ।

Comments are closed.