Latest Odisha News

BREAKING NEWS

ଭାରତ ଏ ପକ୍ଷରୁ ଖେଳି ପାରନ୍ତି ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ମ୍ୟାଚକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେବା ପରେ ରୋହିତ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଭାରତ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଏହି ଗସ୍ତରେ ରୋହିତ ଅବସର ନେବେ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ତେବେ ରୋହିତଙ୍କ ପ୍ରସ୍ତୁତିରୁ ଏହା ଜଣାପଡୁ ନାହିଁ । ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ପରେ ରୋହିତଙ୍କ ଟାର୍ଗେଟ ଦିନିକିଆ ବିଶ୍ୱକପ ରହିଛି ।

ରେଭସ୍ପୋର୍ଟ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ରୋହିତ ଭାରତ ଏ ପକ୍ଷରୁ ଖେଳିବା ପାଇଁ ଯୋଜନା କରୁଛନ୍ତି । କାନପୁରରେ ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ୨୦୦୭ରେ ରୋହିତ ଭାରତ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ୨୬୫ ଦିନିକିଆରେ ୧୧୧୬୮ ରନ କରିଛନ୍ତି । ଦିନିକିଆ ଇତିହାସର ସର୍ବୋଚ୍ଚ ସ୍କୋର ୨୬୪ ରନ ରୋହିତ ସଂଗ୍ରହ କରିଛନ୍ତି । ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ପରେ ରୋହିତ ଭାରତ ପକ୍ଷରୁ ସର୍ବାଧିକ ୩୨ ଶତକ ମାରିଛନ୍ତି । ସେ ୩୪୪ ଛକା ମାରି ରେକର୍ଡ କରିଛନ୍ତି ।

Comments are closed.