Latest Odisha News

ନୂଆବର୍ଷରେ ନୂଆ ନିୟମ, କମିଲା ଏଲପିଜି ଗ୍ୟାସ ଦର

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରେ ବଦଳିଛି ଅନେକ ନିୟମ । ଆଉ ବର୍ଷ ଆରମଯବରୁ ଗ୍ରାହକଙ୍କୁ ମିଳିଛି ଏକ ଖୁସି ଖବର । କମିଛି ଏଲପିଜି ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ଦର କମ ହୋଇଛି । ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଥିବା ବେଳେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଗ୍ୟାସର ଦର ହ୍ରାସ ହୋଇଛି । ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ସୂଚନାଯୋଗ୍ୟ, ବର୍ତ୍ତମାନ ନୂତନ ଦର ଅନୁସାରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଗ୍ୟାସର ଦର ଦିଲ୍ଲୀରେ ୧୮୦୪ ଟଙ୍କା, ମୁମ୍ବାଇରେ ୧୭୫୬ଟଙ୍କା, ଚେନ୍ନାଇରେ ୧୯୬୬ ଟଙ୍କା ଏବଂ କୋଲକାତାରେ ୧୯୧୧ ଟଙ୍କା ରହିଛି । କହିରଖୁଛୁ ଯେ, ଗତ ଅଗଷ୍ଟ ୨୦୨୩ ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦୦ଟଙ୍କା ହ୍ରାସ ହୋଇଥିଲା । ସେବେଠାରୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ସେପଟେ ଆଜିଠୁ ଅନେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହୋଇଛି । ପେନସନଧାରୀ କୌଣସି ବି ବ୍ୟାଙ୍କରୁ ପେନସନ ଉଠାଇପାରିବେ, ଏଥିପାଇଁ ଅଧିକ ଯାଞ୍ଚର ଆବଶ୍ୟକତା ପଡିବନି । ଆରବିଆଇ ଫିଚର ଫୋନରେ ଅନଲାଇନ ପେମେଣ୍ଟ ସୁବିଧା ପାଇଁ ୟୁପିଆଇ ୧୨୩ ପେ ଆରମ୍ଭ କରିଛି । ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ନୂଆବର୍ଷରୁ କାର କିଣିବା ମହଙ୍ଗା ହେବ, ଅନେକ ନାମୀ କମ୍ପାନୀ କାର ଦାମ ୨ରୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସେହିପରି ଆଜିଠୁ ପୂରା ଦେଶରେ ବିଏସ-୭ ନିୟମ ଲାଗୁ ହୋଇଛି ।

 

Comments are closed.