Latest Odisha News

୨୩ ବର୍ଷରୁ କମ ଇଣ୍ଡିଆନ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ ଉଦଯାପିତ: ଓଡିଶାକୁ ୭ ପଦକ

ଭୁବନେଶ୍ୱର: ବିହାରର ପାଟନାରେ ୪ର୍ଥ ୨୩ ବର୍ଷରୁ କମ ଇଣ୍ଡିଆନ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ ଉଦଯାପିତ ହୋଇଯାଇଛି । ଓଡିଶାର ୧୮ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ୩ ଦିନ ଚାଲିଥିବା ଏହି ଚାମ୍ପିୟନଶିପରେ ୫ ସ୍ୱର୍ଣ୍ଣ ଓ ୨ ରୌପ୍ୟ ସହ ଓଡିଶା ଓଭରାଲ ୭ ପଦକ ହାସଲ କରି ତୃତୀୟ ସ୍ଥାନରେ ରହିଛି । ଷ୍ଟାର ଆଥଲେଟ ଅନୀମେଶ କୁଜୁର ୧୦୦ ଓ ୨୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ଜିିତିଥିଲେ । ସେ ଉଭୟ ୧୦୦(୧୦.୩୮ ସେକେଣ୍ଡ) ଓ ୨୦୦ ମିଟରରେ ସେ ନୂତନ ମିଟ ରେକର୍ଡ( ୨୦.୬୫ ସେକେଣ୍ଡ) ସ୍ଥାପନ କରିଥିଲେ । ଅନୀମେଶ ଶ୍ରେଷ୍ଠ ପୁରୁଷ ଆଥଲେଟ ଭାବେ ମଧ୍ୟ ବିବେଚିତ ହୋଇଥିଲେ । ଯଶବୀର ନାୟକ ଡେକାଥଲନରେ ନୂତନ ମିଟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ପୁରୁଷ ୧୧୦ ମିଟର ହର୍ଡଲ୍ସରେ ଗ୍ରେସେସନ ଜୀଭା(୧୪.୪୯ ସେକେଣ୍ଡ) ସ୍ୱର୍ଣ୍ଣ ଜିତିଥିଲେ । ଲକ୍ଷ୍ମୀପ୍ରିୟା କିଶାନ ୮୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୧୫୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ । ଟ୍ରିପଲ ଜମ୍ପରେ ମେରୀମୁକ୍ତା ସୋରେଙ୍ଗ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ । ଶ୍ରେଷ୍ଠ ପୁରୁଷ ଆଥଲେଟ ହେବା ପରେ ଅନୀମେଶ ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଁ ମୋ ପ୍ରଦର୍ଶନସ୍ତରରେ ଉନ୍ନତି କରିବା ପାଇଁ ସର୍ବଦା ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.