Latest Odisha News

BREAKING NEWS

ଷ୍ଟାରବକ୍ସର ନୂଆ ସିଇଓ ଲକ୍ଷ୍ମଣ ନରସିଂହାନ୍

ଭୁବନେଶ୍ୱର: ଲୋକପ୍ରିୟ କଫି କମ୍ପାନୀ ଷ୍ଟାରବକ୍ସର ନୂଆ ସିଇଓ ଜଣେ ଭାରତୀୟ ବଂଶଜ ହୋଇଛନ୍ତି । ଷ୍ଟାରବକ୍ସ କର୍ପୋରେସନ୍ ଶୁକ୍ରବାର ଦିନ ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହାନଙ୍କୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଚୟନ କରିଛି ।

ହାୱାର୍ଡ ସ୍କଲ୍ଟଜଙ୍କ ସ୍ଥାନରେ ନିଯୁକ୍ତି ପାଇବା ପରେ ନରସିଂହାନ୍ ଲଣ୍ଡନ ଛାଡ଼ି ସିଆଟେଲ ଯିବେ । ଷ୍ଟାରବକ୍ସରେ ନୂତନ ସିଇଓ ଭାବରେ ଲକ୍ଷ୍ମଣଙ୍କ ଅକ୍ଟୋବର ୧ରୁ ଯୋଗ ଦେବେ । ହାୱାର୍ଡ ସ୍କଲ୍ଟଜ ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଅନ୍ତରୀଣ ମୁଖ୍ୟ ଭାବେ କାର୍ଯ୍ୟ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ନରସିଂହାନ୍ ଲାଇସଲ ଆଣ୍ଡ ଏନଫାମିଲ ବେବି ଫର୍ମୁଲା ଏବଂ ବ୍ରିଟେନର ରେକିଟ୍ ବଙ୍କାଇଜର ଗୃପର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରିଛନ୍ତି ।

ଏହା ପୂର୍ବରୁ, ନରସିଂହାନ୍ ପେପ୍ସିକୋ ଆଇଏନସି, ଷ୍ଟାରବକ୍ସ ଏବଂ ପେପସିକୋରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟ କରିଛନ୍ତି ।

ସେ କମ୍ପାନୀର ଲାଟିନ୍ ଆମେରିକା, ୟୁରୋପ ଏବଂ ସାହାରା ଆଫ୍ରିକା ଅପରେସନ୍ ର ସିଇଓ ଭାବରେ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ପେପସିକୋ ଲାଟିନ୍ ଆମେରିକାର ସିଇଓ ଏବଂ ପେପସିକୋ ଆମେରିକୀୟ ଫୁଡ୍ସର ସିଏଫଓ ଭାବରେ କାର୍ଯ୍ୟ କରିଛନ୍ତି।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍କୁ ଦେଇଥିବା ଏକ ସାକ୍ଷାତକାରରେ ଷ୍ଟାରବକ୍ସ ବୋର୍ଡର ଚେୟାରମ୍ୟାନ୍ ମେଲୋଡି ହବସନ୍ କହିଛନ୍ତି ଯେ “ଆମେ ପ୍ରକୃତରେ ଜଣେ ଅନନ୍ୟ ବ୍ୟକ୍ତିତ୍ୱଙ୍କୁ ସିଇଓ ଭାବେ ପାଇଛୁ।”

ଉଲ୍ଲେଖଯୋଗ୍ୟ, ଚଳିତ ଦଶନ୍ଧି ଶେଷ ସୁଦ୍ଧା କମ୍ପାନୀ ବିଶ୍ୱରେ ୨୦ ହଜାରରୁ ଅଧିକ କାଫେ ଖୋଲିବାକୁ ଲକ୍ଷ୍ୟ ରଖିଛି।

Comments are closed.