Latest Odisha News

BREAKING NEWS

ମଝି ସମୁଦ୍ରରେ ଫସିଲା ଷ୍ଟାରଲିଙ୍କ, ଯାଞ୍ଚ କରିବ ଭାରତ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ ଏପର୍ଯ୍ୟନ୍ତ ଭାରତରେ ଲଞ୍ଚ କରିନାହିଁ। କିନ୍ତୁ ଏହା ଭାରତୀୟ ସାମୁଦ୍ରିକ ସୀମାରେ ଅଟକି ରହିଛି, ଯାହାର ତଦନ୍ତ ଦାୟିତ୍ୱ ନେଇଛି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପୋଲିସ।

ସୂଚନା ଅନୁଯାୟୀ, ପୋଲିସ କିଛି ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୪.୨୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ମିଥ୍ ଡ୍ରଗ୍ସ ଜବତ କରାଯାଇଛି। ଯାହା ପରଠାରୁ ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ପ୍ରଦାନ କରୁଥିବା କମ୍ପାନୀ ଷ୍ଟାରଲିଙ୍କ୍ ଯାଞ୍ଚ ପରିଧିକୁ ଆସିଛି।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପୋଲିସ ମିଆଁମାର ଚୋରା ଚାଲାଣକାରୀଙ୍କୁ ପଚରାଉଚରା କରିଥିଲା। ଯେଉଁମାନେ କି ଷ୍ଟାରଲିଙ୍କ ଇଣ୍ଟରନେଟ୍ ସାହାଯ୍ୟରେ ଭାରତ ସୀମାରେ ପହଞ୍ଚିଥିବା ପ୍ରକାଶ କରିଛନ୍ତି। ତଦନ୍ତରୁ ଜଣାପଡିଛି ଯେ ଏହି ଚୋରା ଚାଲାଣକାରୀମାନେ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ବ୍ୟବହାର କରିଥିଲେ।

ଉଲ୍ଲେଖଯୋଗ୍ୟ, ଏଲନ୍ ମସ୍କ ଭାରତରେ ନିଜର ସାଟେଲାଇଟ୍ ଇଣ୍ଟରନେଟ୍ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି। ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ତାଙ୍କ ଉପଗ୍ରହ ସେବା ଏପର୍ଯ୍ୟନ୍ତ ଦେଶରେ ଆରମ୍ଭ ହୋଇନାହିଁ ତେବେ ଭାରତୀୟ ସାମୁଦ୍ରିକ ସୀମା ପର୍ଯ୍ୟନ୍ତ ଚୋରା ଚାଲାଣକାରୀମାନେ କିପରି ତାଙ୍କ ଇଣ୍ଟରନେଟ୍ ବ୍ୟବହାର କରିଥିଲେ? ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ ଅନ୍ତର୍ଜାତୀୟ ସାମୁଦ୍ରିକ କ୍ଷେତ୍ରରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପ୍ରଦାନ କରେ।

 

 

Leave A Reply

Your email address will not be published.