Latest Odisha News

BREAKING NEWS

ପ୍ରକାଶିତ ହେଲା ଡାକ ବିଭାଗର ନିଯୁକ୍ତି ଘୋଷଣା: ୫ହଜାର ୪୪୭ଟି ପଦବୀ ଲାଗି ହେବ ପରୀକ୍ଷା !

ନୂଆଦିଲ୍ଲୀ: ‘ଇଣ୍ଡିଆନ ପୋଷ୍ଟ’ ବା ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ‘ଗ୍ରାମୀଣ ଡ଼ାକ ସେବକ’ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଡ଼ାକ ବିଭାଗରେ ୫ ହଜାର ୪୪୭ଟି ଏହି ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଇଛି ।

ଦେଶର ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡ଼ିକରେ ନିଯୁକ୍ତି ଲାଗି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି । ତେବେ ଏହି ପଦବୀଲାଗି ଆବେଦକ କରିବାର ଶେଷ ସମୟ ରହିଛି ୨୦୧୯ ମସିହା ୧୪ ନଭେମ୍ବର ।

ବୟସସୀମା:

ଏହି ପଦବୀ ଲାଗି ସର୍ବନିମ୍ନ ବୟସ ରହିିଛି ୧୮ ବର୍ଷ ଏବଂ ୪୦ ବର୍ଷ ସର୍ବାଧିକ ବୟସ ରହିଛି ।

ଶିକ୍ଷାଗତ ଯୋଗ୍ୟତା:

କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରୁ ପ୍ରାର୍ଥୀମାନେ ଦଶମ ପାଶ୍ କରିଥିବା ଆବଶ୍ୟକ । କମ୍ପ୍ୟୁଟର ଶିକ୍ଷାରେ ସାର୍ଟିିଫିକେଟ ହାସଲ କରିଥିବା ଜରୁରୀ । ଆବେଦନ କରାଯାଉଥିବା ରାଜ୍ୟ ଗୁଡ଼ିକର ଆଞ୍ଚଳିକ ଭାଷାରେ ଦକ୍ଷତା ରହିଥିବା ଆବଶ୍ୟକ ତଥା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେହି ଭାଷା ପଢିଥିବା ଜରୁରୀ ।

ଦରମା:

୧୦,୦୦୦ଟଙ୍କା ରୁ ୧୪,୫୦୦ ଟଙ୍କା

ଚୟନ ପ୍ରକ୍ରିୟା:

ଡ଼ାକ ବିଭାଗର ଏହି ପଦବୀ ଗୁଡ଼ିକ ଲାଗି କେତେକ ପ୍ରକ୍ରିୟାରେ ପ୍ରାର୍ଥୀ ଚୟନ କରାଯିବ । ପ୍ରଥମେ ପ୍ରାର୍ଥୀମାନେ ଲିଖିତ ପରିକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ମେରିଟ୍ ଲିଷ୍ଟ ପ୍ରକାଶିତ ହେବାପରେ ସାକ୍ଷାତକାର ପରିକ୍ଷା ଅନୁଷ୍ଠିତ ହେବ ।

ଦରଖାସ୍ତ ଦେୟ ଲାଗି ପ୍ରାର୍ଥୀମାନେ indianpost.gov.in ୱେବସାଇଟ ଦେଖି ଆବେଦନ କରିପାରିବେ ।

ଆବେଦନ ପ୍ରକ୍ରିୟା:

\n\nସମସ୍ତ ପ୍ରାର୍ଥୀମାନେ indianpost.gov.in ୱେବସାଇଟ ଦେଖି ଆବେଦନ କରିପାରିବେ । ଆବେଦନ କରିବାର ଅବଧି ୧୫ ଅକ୍ଟୋବର ୨୦୧୯ ରୁ ୧୪ ନଭେମ୍ବର ୨୦୧୯ ରଖାଯାଇଛି ।

Leave A Reply

Your email address will not be published.