Latest Odisha News

ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଆଉଏକ ମାଇଲଖୁଣ୍ଟ 

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3ର ଖନନ କାର୍ଯ୍ୟ ସଫଳତା ସହିତ ଶେଷ ହୋଇଛି। ଏହା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପ ଦ୍ୱାରା ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ୨୬୨୦ ମିଟର ଦୈର୍ଘ୍ୟ ଏବଂ ୨-ଡିଗ୍ରୀ କର୍ଭ ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ବର୍ତ୍ତମାନ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା କାର୍ଯ୍ୟ ସମାପ୍ତ ହୋଇଛି। ଏହି ସଫଳତା ବ୍ରେକ ଥ୍ରୂ ବା “ଦିବାଲୋକ” ୧୩ ଜାନୁଆରୀ ୨୦୨୫ରେ ସଫଳତାର ସହ ହାସଲ କରାଯାଇଥିଲା।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ଚାଲୁରହିଥିବା ସମଗ୍ର ରେଳ ଲାଇନ ପ୍ରକଳ୍ପରେ ସୁଡ଼ଙ୍ଗ ନମ୍ବର T3 ହେଉଛି ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ସୁଡ଼ଙ୍ଗ ଏବଂ ଏହି ପ୍ରକଳ୍ପର ଦ୍ୱିତୀୟ ଲମ୍ବା ସୁଡ଼ଙ୍ଗ। ଏହି ଐତିହାସିକ ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ।

ଅପରପକ୍ଷରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମୁଦାୟ ଦାର୍ଘ୍ୟ ୩୦୧ କିଲୋମିଟର ଅଟେ ଯାହାକି ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଅନେକ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଗୁଡିକର ସାମ୍ନା କରିବାକୁ ପଡିଛି। ଏହି ପ୍ରକଳ୍ପରେ ୭୫ କିଲୋମିଟର ଦୈର୍ଘ୍ୟ ମଧ୍ୟରେ ସାତଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ ଯାହାକି ସମସ୍ତ ସୁଡ଼ଙ୍ଗ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବସ୍ଥିତ।

ଏହି ସୁଡ଼ଙ୍ଗଗୁଡ଼ିକ ମଧ୍ୟରୁ, ସୁଡ଼ଙ୍ଗ ନମ୍ବର T7 ଯାହାର ଦୈର୍ଘ୍ୟ ୪.୮୮୫ କିଲୋମିଟର ସବୁଠାରୁ ଲମ୍ବା ସୁଡ଼ଙ୍ଗର ଏକ ଅଂଶ। ପୂର୍ବରୁ ସଫଳତାର ସହିତ ଅର୍ଦ୍ଧାଧିକ ଖନନ କାର୍ଯ୍ୟ ସମାପ୍ତ କରିସାରିଛି। ସେହିପରି ସୁଡ଼ଙ୍ଗ ନମ୍ବର T1, ସୁଡ଼ଙ୍ଗ ନମ୍ବର T3 ଏବଂ ଅନ୍ୟାନ୍ୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମ୍ପାଦନ ହୋଇସାରିଛି। ବିଭିନ୍ନ ମାଟି ଘନତା ଏବଂ ପଥର ଗଠନ ସମେତ ଜଟିଳ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂତନତମ କୌଶଳ ବ୍ୟବହାର କରି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ କରାଯାଉଛି।

ଏହି ବାଧା ସତ୍ତ୍ୱେ, ପ୍ରକଳ୍ପଟି ଦ୍ରୁତ ଅଗ୍ରଗତି ହାସଲ କରି ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ସଫଳତା ହସଲାଲ କରିବା ସହିତ ପ୍ରମୁଖ ମାଇଲଖୁଣ୍ଟ ଭାବରେ କାର୍ଯ୍ୟ କରିଛି। ଏହି ପ୍ରକଳ୍ପର ସମାପ୍ତି, ଲକ୍ଷ୍ୟ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଯାହା ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ମୋଟ ୨୧୫ କିଲୋମିଟର ରେଳ ଲାଇନ ସମ୍ପୂର୍ଣ୍ଣ ହୋଇଛି, ଯେଉଁଥିରେ ଖୋର୍ଦ୍ଧା ରୋଡ୍ ରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିଲୋମିଟର ଏବଂ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୦୯ କିଲୋମିଟର ଅନ୍ତର୍ଭୁକ୍ତ। ପୁରୁଣାକଟକରୁ ଆଢେନିଗଡ଼ ପର୍ଯ୍ୟନ୍ତ ରେଳ ଲାଇନ ମାର୍ଗରେ ନିର୍ମାଣ କାର୍ଯ୍ୟ ପ୍ରଗତିଶୀଳ ଅଟେ ଏବଂ ଆଗାମୀ ମାସଗୁଡ଼ିକରେ ସମାପ୍ତ ହେବାର ଆଶା କରାଯାଉଛି।

ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ, ଏହି ରେଳ ଲାଇନ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟକୁ ବହୁ ପରିମାଣରେ ହ୍ରାସ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବଜାର ଚାହିଦା ସୃଷ୍ଟି କରି ଏହି ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେବ।

ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ହେଉଛି ଓଡ଼ିଶାରେ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପଦକ୍ଷେପ। ଏହି ରେଳ ଲାଇନ ସମ୍ପୂର୍ଣ୍ଣ ହେବା ପରେ, ଏହା ଆର୍ଥିକ ବିକାଶକୁ ସହାୟକ ହେବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ ଯାହା ଉଭୟ ଯାତ୍ରୀ ଏବଂ ପଣ୍ୟ ପରିବହନକୁ ଲାଭଦାୟକ କରିବ।

 

Leave A Reply

Your email address will not be published.