Latest Odisha News

ପାର୍ବଣରେ ରେଳ ଯାତ୍ରୀଙ୍କୁ ଝଟକା, ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ

ଚେନ୍ନାଇ: ବଢିଲା ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ। ଦକ୍ଷିଣ ରେଳବାଇ ଚେନ୍ନାଇ ଡିଭିଜନ୍ ପ୍ଲାଟଫର୍ମ ଟିକେଟ୍ ଭଡା ଏବେ ବୃଦ୍ଧି ପାଇଛି । ଦକ୍ଷିଣ ରେଳବାଇର ଚେନ୍ନାଇ ଡିଭିଜନ୍ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦ ଟଙ୍କାରୁ ବୃଦ୍ଧି ପାଇ ୨୦ ଟଙ୍କା କରାଯାଇଛି। ଅକ୍ଟୋବର ୧ ତାରିଖରୁ ଏହି ନୂତନ ମୂଲ୍ୟ ଲାଗୁ କରାଯିବ । ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ମୂଲ୍ୟ ଜାରି ରହିବ।

ଅର୍ଥାତ୍ ଜାନୁୟାରୀ ୩୧ ସୁଦ୍ଧା ପାର୍ବଣ ଋତୁ ସମାପ୍ତ ହେବା ପରେ ଫେବୃଆରୀ ୧ ରୁ ପୁଣିଥରେ ପୂର୍ବ ଭଳି ପ୍ଲାଟଫର୍ମ ଟିକେଟ୍ ମୁଣ୍ଡପିଛା ୧୦ ଟଙ୍କାରେ ଉପଲବ୍ଧ ହେବ। ରେଳବାଇର ଉଦ୍ଦେଶ୍ୟ ହେଉଛି ଏହି ପାର୍ବଣରେ ଭିଡ଼ କମେଇବା ଏବଂ ପ୍ଲାଟଫର୍ମ ଭିତରେ ବହୁତ କମ ଲୋକଙ୍କୁ ଛାଡ଼ିବା। କାରଣ ପାର୍ବଣରେ ଚୋରି ମାମଲା ବଢିବା ସହ ଅପରାଧ ମଧ୍ୟ ବଢିବାରେ ଲାଗେ। ପ୍ଲାଟଫର୍ମରେ କମ ଲୋକେ ପ୍ରବେଶ କଲେ ଅପରାଧକୁ ସହଜରେ ନିୟନ୍ତ୍ରଣ କରିବା ସହ ଭିଡ଼କୁ ମଧ୍ୟ ନିୟନ୍ତ୍ରଣ କରିହେବ। ଦକ୍ଷିଣ ରେଳବାଇ ଦ୍ୱାରା ଚେନ୍ନାଇ ଡିଭିଜନର ଆଠଟି ପ୍ରମୁଖ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବୃଦ୍ଧି କରାଯାଇଛି।

ଏହି ଷ୍ଟେସନଗୁଡ଼ିକ ହେଲା ଚେନ୍ନାଇ ସେଣ୍ଟ୍ରାଲ୍, ଚେନ୍ନାଇ ଏଗମୋର, ତାମ୍ବରମ୍, କାଟପାଡି, ଚାଙ୍ଗଲପାଟ୍ଟୁ, ଆରାକୋନାମ୍, ତିରୁଭାଲୁର ଏବଂ ଅଭାଡୀ। ଅନ୍ୟପକ୍ଷରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ଚାଲୁଥିବା ଦେଶର ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଅହମ୍ମଦାବାଦରୁ ସବୁଜ ପତାକା ଦେଖାଇବେ।

ସୂଚନା ଥାଉକି ଯେ ଅଗଷ୍ଟ୧୫, ୨୦୨୩ ସୁଦ୍ଧା ଦେଶର ୭୫ ଟି ସହରକୁ ବନ୍ଦେ ଭାରତ ଟ୍ରେନ୍ ସହିତ ସଂଯୋଗ କରିବାକୁ ସରକାରଙ୍କର ଯୋଜନା ରହିଛି। ରେଳ ଅଧିକାରୀମାନେ ଏହା ଉପରେ ଶୀଘ୍ର କାର୍ଯ୍ୟ କରୁଛନ୍ତି। ଆଗାମୀ ସମୟରେ ରେଳବାଇ ଶତାବ୍ଦୀ, ଜନ ଶତାବ୍ଦୀ ଏବଂ ଇଣ୍ଟରସିଟି ଏକ୍ସପ୍ରେସକୁ ବନ୍ଦେ ଭାରତ ଟ୍ରେନସହ ବଦଳାଇବାକୁ ଯୋଜନା କରୁଛି। ଏହା ଦ୍ୱାରା ଯାତ୍ରୀଙ୍କୁ ସୁବିଧା ସୁବିଧା ହେବା ଏବଂ କମ୍ ସମୟ ମଧ୍ୟରେ ଯାତ୍ରା ଶେଷ ହେବ।

Leave A Reply

Your email address will not be published.