Latest Odisha News

BREAKING NEWS

ଇରାକର ଟଙ୍କା ଏତେ ଦୁର୍ବଳ ? ସେଠାକାର ଲକ୍ଷେ ଟଙ୍କା ଆମ ଭାରତରେ ମାତ୍ର….

ନୂଆଦିଲ୍ଲୀ; ଯଦି ଆପଣ ଇରାକରେ କାମ କରିବାକୁ ଚିନ୍ତା କରୁଛନ୍ତି କିମ୍ବା ସେଠାରେ ଚାକିରି କରି ଟଙ୍କା ରୋଜଗାର କରୁଛନ୍ତି, ତେବେ ସେଠାକାର ମୁଦ୍ରା ଭାରତୀୟ ଟଙ୍କା ତୁଳନାରେ କେତେ ଶକ୍ତିଶାଳୀ ତାହା ଜାଣିବା ଜରୁରୀ। ଇରାକର ମୁଦ୍ରାକୁ ଇରାକୀ ଦିନାର କୁହାଯାଏ। ଏହାର ମୂଲ୍ୟ ଭାରତୀୟ ଟଙ୍କାଠାରୁ ବହୁତ କମ୍ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଇରାକରେ ଚାକିରି କରି ରୋଜଗାର କରାଯାଇଥିବା ୧୦୦୦୦୦ ଦିନାର ଭାରତରେ କେତେ ଟଙ୍କା ହେବ ଏବଂ ସେଠାକାର ମୁଦ୍ରା କେତେ ଶକ୍ତିଶାଳୀ।

୧୦୦୦୦୦ ଦିନାର ଭାରତରେ କେତେ ହେବ?

ନିକଟରେ ମିଳିଥିବା ତଥ୍ୟ ଅନୁସାରେ, ୧ ଇରାକୀ ଦିନାରର ମୂଲ୍ୟ ଭାରତୀୟ ଟଙ୍କାରେ ପ୍ରାୟ ୦.୦୬୨ ଟଙ୍କା। ଅର୍ଥାତ୍, ଯଦି କେହି ଇରାକରେ ଚାକିରି କରି ୧୦୦୦୦୦ ଦିନାର ରୋଜଗାର କରନ୍ତି, ତେବେ ଭାରତରେ ଏହାର ମୂଲ୍ୟ ପ୍ରାୟ ୬,୨୫୦ ଟଙ୍କା ହେବ। ଏହି ସଂଖ୍ୟା ସ୍ପଷ୍ଟ ଦର୍ଶାଉଛି ଯେ ଇରାକର ମୁଦ୍ରା କେତେ ଦୁର୍ବଳ। ଇରାକ ଏକ ତୈଳସମ୍ପଦଯୁକ୍ତ ଦେଶ ହେଲେ ମଧ୍ୟ ଦୀର୍ଘ ସମୟ ଧରି ଚାଲିଥିବା ଯୁଦ୍ଧ, ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ପରିଚାଳନାର ଦୁର୍ବଳତା ଯୋଗୁଁ ସେଠାକାର ମୁଦ୍ରା ଦୁର୍ବଳ ହୋଇପଡ଼ିଛି।

ଭାରତୀୟଙ୍କ ପାଇଁ ଚାକିରି ସୁଯୋଗ

ଇରାକରେ ଭାରତୀୟଙ୍କ ପାଇଁ ନିର୍ମାଣ, ତୈଳ, ଗ୍ୟାସ, ସ୍ୱାସ୍ଥ୍ୟ ସେବା ଏବଂ ହସ୍ପିଟାଲିଟି ଭଳି କ୍ଷେତ୍ରରେ ଚାକିରି ସୁଯୋଗ ରହିଛି। ସେଠାରେ କାମ କରୁଥିବା ଭାରତୀୟମାନେ ଶ୍ରମିକଙ୍କଠାରୁ ଆରମ୍ଭ କରି ଇଞ୍ଜିନିୟର ଓ ଡାକ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଚାକିରିରେ ନିୟୋଜିତ ଅଛନ୍ତି। ଇରାକରେ ଭାରତୀୟଙ୍କ ସଂଖ୍ୟା ପ୍ରାୟ ୧୮,୦୦୦ ବୋଲି କୁହାଯାଉଛି, ଯେଉଁମାନେ ଅଧିକାଂଶ ଶ୍ରମଜୀବୀ ଶ୍ରେଣୀରୁ ଅଟନ୍ତି।

ଇରାକରେ କାମ କରିବା କେତେ ସୁରକ୍ଷିତ?

ଇରାକରେ ଚାକିରି ସମ୍ବନ୍ଧରେ ବିଶେଷଜ୍ଞମାନେ କହୁଛନ୍ତି ଯେ ସେଠାରେ ଚାକିରିର ସୁଯୋଗ ଥାଇ ମଧ୍ୟ ଇରାକର ସୁରକ୍ଷା ସ୍ଥିତି ସବୁବେଳେ ଚିନ୍ତାର ବିଷୟ ରହିଛି। ଆତଙ୍କବାଦ, ରାଜନୈତିକ ଅସ୍ଥିରତା ଏବଂ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସରକାର ଅନେକ ଥର ସେଠାରେ କାମ କରୁଥିବା ଭାରତୀୟଙ୍କୁ ଫେରାଇ ଆଣିଛନ୍ତି। ଏହା ସହିତ, ନିକଟରେ ଭାରତ ସରକାର ଇରାକରେ ଚାକିକିରି ପାଇଁ ଯାଉଥିବା ଲୋକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ସରକାର କହିଛନ୍ତି ଯେ ଚାକିରିର ପ୍ରଲୋଭନରେ ଭାରତୀୟମାନେ କୌଣସି ପ୍ରତାରଣାରେ ନ ଫସନ୍ତୁ।

Comments are closed.