Latest Odisha News

BREAKING NEWS

କରୋନା କେସରେ ଭାରତର କେଉଁ ସବୁ ରାଜ୍ୟ ବଡ଼ ବଡ଼ ଦେଶକୁ ଟପିଗଲେଣି ?

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି କରୋନା । ପଜିଟିଭ୍ କେସ୍ ବଢ଼ିଚାଲିଛି । ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ବହୁ ରାଜ୍ୟରେ ସପ୍ତାହେ ଭିତରେ ଦ୍ରୁତ ଗତିରେ ପଜିଟିଭ୍ କେସ ବାହାରୁଛି । ସଂଖ୍ୟା ତୁଳନା କଲେ ବିଶ୍ୱର କିଛି ବଡ଼ ବଡ଼ ରାଷ୍ଟ୍ରକୁ ବି ପଛରେ ଛାଡ଼ିଦେଇଛନ୍ତି ସେସବୁ ରାଜ୍ୟ ।
ଚୀନକୁ ଟପିଲେ ଦିଲ୍ଲୀ, ତାମିଲନାଡୁ

କରୋନାର ଉତ୍ପତ୍ତି ସ୍ଥଳ ଚୀନକୁ ଟପି ଗଲେଣି ଦିଲ୍ଲୀ, ତାମିଲନାଡୁ । ଚୀନରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୮୩ ହଜାର ୫୩୭ । କିନ୍ତୁ ଦିଲ୍ଲୀରେ ୮୯ ହଜାର ୮୦୨ ଆକ୍ରାନ୍ତ ଥିବା ବେଳେ ତାମିଲନାଡୁରେ ଅଛନ୍ତି ୯୪ ହଜାର ୪୯ । ଖୁବଶୀଘ୍ର କୋଭିଡ-୧୯ କେସରେ ସାଉଦି ଆରବକୁ ପଛରେ ଛାଡ଼ିଦେବ ମହାରାଷ୍ଟ୍ର । ବର୍ତ୍ତମାନ ସାଉଦି ଆରବରେ ଲକ୍ଷେ ୯୪ ହଜାରରୁ ଅଧିକ ଭୂତାଣୁ ସଂକ୍ରମିତ ଅଛନ୍ତି । ମହାରାଷ୍ଟ୍ରରେ ଏହି ସଂଖ୍ୟା ଲକ୍ଷ ୮୦ ହଜାର ୨୯୮ ।
୪ ରାଜ୍ୟରେ ଦକ୍ଷିଣ କୋରିଆଠୁ ଅଧିକ କରୋନା କେସ୍

କରୋନା ସଂକ୍ରମଣ ମାମଲାରେ ସ୍ୱିଜରଲ୍ୟାଣ୍ଡକୁ କାଟି ଦେଇଛି ଗୁଜରାଟ । ସ୍ୱିଜରଲ୍ୟାଣ୍ଡରେ ୩୧ ହଜାର ୮୫୧ ସଂକ୍ରମିତ ଥିବା ବେଳେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୩ ହଜାର ୨୩୨ । ପଜିଟିଭ୍ କେସରେ ଦକ୍ଷିଣ କୋରିଆଠୁ ଆଗରେ ରହିଛନ୍ତି କର୍ଣ୍ଣାଟକ, ହରିଆଣା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶ । ଦକ୍ଷିଣ କୋରିଆରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୯୦୪ । କିନ୍ତୁ କର୍ଣ୍ଣାଟକରେ ୧୬ ହଜାର ୫୧୪, ହରିଆଣା ୧୪ ହଜାର ୯୪୧, ଆନ୍ଧ୍ରପ୍ରଦେଶ ୧୫ ହଜାର ୨୫୨ ଓ ମଧ୍ୟପ୍ରଦେଶରେ ପଜିଟିଭ୍ ସଂଖ୍ୟା ରହିଛି ୧୩ ହଜାର ୮୬୧ ।
ପଶ୍ଚିମବଙ୍ଗରେ ଅଧିକ ପଜିଟିଭ୍, ଜାପାନରେ କମ୍

ସେପଟେ ଜାପାନକୁ ସଂକ୍ରମଣରେ ପଛରେ ଛାଡ଼ିଦେଇଛି ପଶ୍ଚିମବଙ୍ଗ । ଜାପାନରେ ମୋଟ୍ ୧୮ ହଜାର ୭୨୩ ଆକ୍ରାନ୍ତ ଥିବା ବେଳେ ଆଜି ସୁଦ୍ଧା ପଶ୍ଚିମବଙ୍ଗ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୧୭୦ । ରାଜସ୍ଥାନ ଖୁବଶୀଘ୍ର ଜାପାନକୁ ଅତିକ୍ରମ କରିବ । ରାଜସ୍ଥାନରେ ବର୍ତ୍ତମାନ ଜାପାନଠାରୁ ମାତ୍ର ୪୧୧ଟି କମ୍ ପଜିଟିଭ୍ କେସ୍ ଅଛି । ଆୟଲ୍ୟାଣ୍ଡ କରୋନା ସଂକ୍ରମିତଙ୍କ ସହ ପାଖାପାଖି ହେଲାଣି ଉତ୍ତରପ୍ରଦେଶର ଅଙ୍କ ।

ଭାରତର ପୂର୍ବୋତ୍ତର ରାଜ୍ୟରେ ପ୍ରତିଦିନ ବାହାରୁଛି ନୂଆ କରୋନା କେସ । ମଣିପୁର ଓ ତ୍ରିପୁରାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ନ୍ୟୁଜିଲାଣ୍ଡର ମୋଟ୍ ସଂକ୍ରମିତଙ୍କ ପାଖାପାଖି ପହଞ୍ଚିଲାଣି । ପଡ଼ୋଶୀ ଶ୍ରୀଲଙ୍କାଠାରୁ ଅଧିକ କରୋନା ମାମଲା ଛତିଶଗଡ଼, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡରେ ବାହାରିଛନ୍ତି ।

Leave A Reply

Your email address will not be published.