Latest Odisha News

ହକି ର‌୍ୟାଙ୍କିଙ୍ଗ : ବର୍ଷକ ପରେ ଟପ ଥ୍ରୀକୁ ଫେରିଲା ଭାରତ

ନୂଆଦିଲ୍ଲୀ: କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ଯୋଗୁ ପ୍ରାୟ ବର୍ଷକ ପରେ ଭାରତୀୟ ଟିମ ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ ହକି ର‌୍ୟାଙ୍କିଙ୍ଗରେ ଟପ ଥ୍ରୀକୁ ଫେରିଛି । ଭାରତ ଏବେ ୨୭୭୧ ପଂଏଟ ସହ ତୃତୀୟ ସ୍ଥାନରେ ରହିଛି । ୨୦୨୨ରେ ଭାରତ ପ୍ରଥମ ୩ଟି ଟିମ ମଧ୍ୟରେ ସ୍ଥାନ ପାଇଥିଲା । ଗତ ମାସରେ ଚେନ୍ନାଇରେ ଅନୁଷ୍ଠିତ ଏସୀୟ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଅପରାଜେୟ ରହିଥିଲା । ୭ ମ୍ୟାଚରୁ ଭାରତ ୬ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ନେଦରଲାଣ୍ଡ ୟୁରୋ ଚାମ୍ପିୟନଶିପରେ ଚାମ୍ପିୟନ ହେବା ସହ ୩୧୧୩ ପଂଏଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି ।

ବେଲଜିୟମ ୨୯୮୯ ସହ ଦ୍ୱିତୀୟ ଓ ଇଂଲଣ୍ଡ ୨୭୪୫ ସହ ୪ର୍ଥ ସ୍ଥାନରେ ରହିଛି । ମହିଳା ର‌୍ୟାଙ୍କିଙ୍ଗରେ ନେଦରଲାଣ୍ଡ, ଅଷ୍ଟ୍ରେଲିଆ ଓ ଆର୍ଜେଂଟିନା ଯଥାକ୍ରମେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ଭାରତୀୟ ଟିମ ୨୩୨୫ ପଂଏଟ ସହ ଗୋଟିଏ ସ୍ଥାନ ଉପରକୁ ଉଠି ୭ମରେ ରହିଛି ।

Comments are closed.