Latest Odisha News

ତୀରନ୍ଦାଜ: ଭାରତ କ୍ୱାର୍ଟର ଫାଇନାଲରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ମହିଳା ତୀରନ୍ଦାଜ ର‌୍ୟାଙ୍କିଙ୍ଗ ରାଉଣ୍ଡରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି । ୧୯୮୩ ପଂଏଟ ହାସଲ କରି ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛି । ଏହି ରାଉଣ୍ଡରେ ଦକ୍ଷିଣ କୋରିଆ ଅଲିମ୍ପିକ୍ସ ରେକର୍ଡ ଭଙ୍ଗ କରିଛି । ଓଭରାଲା ୨୦୪୬ ପଂଏଟ ସହ କୋରିଆ ପ୍ରଥମ ସ୍ଥାନରେ ରହିଛି । ଚୀନ ୧୯୯୬ ସହ ଦ୍ୱିତୀୟ ଓ ମେକ୍ସିକୋ ୧୯୮୬ ପଂଏଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ଭାରତୀୟ ତୀରନ୍ଦାଜ ଅଙ୍କିତା ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରି ୬୬୬ ପଂଏଟ ସହ ୧୧ତମ ସ୍ଥାନରେ ରହିଥିଲେ ।

ଭଜନ ୬୫୯ ସହ ୨୨ତମ ଓ ଦୀପିକା କୁମାରୀ ୬୫୮ ପଂଏଟ ସହ ୨୩ତମ ସ୍ଥାନcରେ ରହିଛନ୍ତି । ଏହି ୩ଜଣ ଏବେ ରାଉଣ୍ଡ ଅଫ ୬୪ ଖେଳିବେ । ଭାରତୀୟ ତୀରନ୍ଦାଜ ଟିମ ଏ ପର୍ଯ୍ୟନ୍ତ ଅଲିମ୍ପିକ୍ସରେ କୌଣସି ପଦକ ହାସଲ କରିବାରେ ସଫଳ ହୋଇ ନାହାନ୍ତି । ଏଥର ଭାରତ ଏହି ଧାରା ଭାଙ୍ଗିବ ବୋଲି ଆଶା କରାଯାଉଛି ।

Comments are closed.